ମାଲକାନଗିରି: ପଡୋଶୀ ଆନ୍ଧ୍ରପ୍ରଦେଶର ନରସିପାଟଣମ୍ ପୋଲିସ ନିକଟରେ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଜି.ଭାସ୍କର ରାଓ ଓରଫ ପ୍ରଭାସାନା(୩୫), କେ.ସୁନ୍ଦର ରାଓ ଓରଫ ଭାସ୍କର ରାଓ(୨୫) ଏବଂ କେ.ନାଗେଶ୍ୱର ରାଓ ଓରଫ ନାରାୟଣ(୩୨)।ଏହି ତିନି ଜଣ ନକ୍ସଲ ଗତ ୨୦୧୨ ମସିହାରୁ ଆଜି ପର୍ଯ୍ୟନ୍ତ ଗାଲିକୋଣ୍ଡା ଏରିଆ କମିଟି,ପିଟଲାପାଡୁ ଭିଲେଜ କମିଟି ଏବଂ ଗାରିମାଣ୍ଡା ଭିଲେଜ କମିଟିରେ କାମ କରୁଥିଲେ।ଏହି ତିନି ମାଓବାଦୀ ବହୁ ହିଂସାରେ ସାମିଲ ଥିବା ପୋଲିସ କହିଛି।ତେବେ ଆତ୍ମସମର୍ପଣ ପରେ ସମସ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଆଗାମୀ ଦିନରେ ସରକାରଙ୍କ ତରଫରୁ ଆତ୍ମନିର୍ଭରଶୀଳ ନିମନ୍ତେ ବିଭିନ୍ନ ତାଲିମ ପ୍ରଦାନ କରାଯିବ ବୋଲି ଜଣାପଡିଛି.
୩ ନକ୍ସଲଙ୍କ ଆତ୍ମସମର୍ପଣ
/sambad/media/post_attachments/wp-content/uploads/2017/12/malka.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)