କାଲିମେଳା :  ଆନ୍ଧ୍ରରୁ କାଲିମେଳା ଅଂଚଳକୁ ଆସୁଥିବା ଏକ କଇଁଛ ବୋଝଇ ୪୦୭ ଗାଡିକୁ ଆନ୍ଧ୍ର ପୋଲିସ ଜବତ କରିଥିବା ଜଣା ପଡିଛି । ଚୋରା ଚାଲାଣ କରୁଥିବା ୩ ଜଣ ଲୋକଙ୍କୁ ଆନ୍ଧ୍ର ପୋଲିସ ଗିରଫ କରିଥିବାର ସୂଚନା ମିଳିଛି, ଗିରଫ ୩ ଜଣ କାଲିମେଳା ଅଂଚଳର ବୋଲି ଜଣା ପଢ଼ିଛି, ତେବେ ସେମାନଙ୍କର ପରିଚୟ ମିଳିପାରିନାହିଁ ଏହି ଗାଡ଼ିରେ ୯ ଟି ବସ୍ତା ରେ ୧ ହଜାରରୁ ଅଧିକା କଇଁଛ ଥିବାର ଜଣା ପଢ଼ିଛି । କାଲିମେଳା ଅଂଚଳରେ କଇଁଛ କିଲୋ ୩ ଶହରୁ ୪ ସହ ଟଙ୍କାରେ ବିକ୍ରି ହେଉଥିବାର ଜଣା ପଢିଛି, କାଲିମେଳା ଅଂଚଳରେ କଇଁଛ ମାଂସ ର ଚାହିଦା ଅଧିକା ଥିବାରୁ ଗାଁ ଗାଁ ରେ ଚୋରାରେ ଏହା ବିକ୍ରି ହେଉଛି ।