ମାଲକାନଗିରି: ରାଜ୍ୟ ସରକାର ମାଲକାନଗିରି ଜିଲ୍ଲା ତଥା ଏଠାରେ ବସବାସ କରୁଥିବା ଜନଜାତିଙ୍କ ସାମଗ୍ରିକ ବିକାଶ ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବଦ୍ଧ ପରିକର। ଜଙ୍ଗଲ ଜମି ଉପରେ କେବଳ ଆଦିବାସୀଙ୍କର ଅଧିକାର ରହିଛି। ଆଜି ସ୍ବାସ୍ଥ୍ୟ ବିଭାଗର ୨୪ ଟି ନୂତନ କୋଠା ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ସହ ମାଥିଲି ଓ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଦୁଇଟି ଡ଼ାଏଲେସିସ ୟୁନିଟର ଶିଳାନ୍ୟାସ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହା କହିଛନ୍ତି। କୋଠା ନିର୍ମାଣ ନିମନ୍ତେ ୧୬୭ କୋଟି ଓ ଡ଼ାଏଲେସିସ ୟୁନିଟ ନିମନ୍ତେ ୧ କୋଟି ୧୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଏହା ସ୍ଥାପନ ହେବା ଦ୍ଵାରା ଜିଲ୍ଲାରେ ଚିକିତ୍ସା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି।
ଏହି ଖବର ପଢ଼ନ୍ତୁ: ଶରୀରରୁ ଅଲଗା ହୋଇଗଲା ଅଙ୍ଗ
ଏହି ଅବସରରେ ଜିଲ୍ଲା ଆଦିବାସୀ ମହସଂଘ ସମେତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଜନଜାତି ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ବାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଜୟଶ୍ରୀଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତପନ ନାରାୟଣ ରଥ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀନିବାସ ଆଚାରୀ ଓ ଅର୍ଥ ପରିଚାଳକ ମାନସ ମିଶ୍ର ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ପରିଚାଳନା କରିଥିଲେ।
ସୂଚନାଯୋଗ୍ୟ ଗତବର୍ଷ ପିଏମ ଜନମନ ଯୋଜନା ମାଧ୍ୟମରେ ମାଲକାନଗିରି ଜିଲ୍ଲାର ୧୨୫ ଗୋଟି ଗ୍ରାମରେ ଆରମ୍ଭ କରାଯାଇଥିବା ଅନେକ କାର୍ଯ୍ୟକ୍ରମ ଚାଲୁରହିଛି। ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମିର ଉନ୍ନତି ଅନେକ କାର୍ଯ୍ୟ ହାତକୁ ନିଆଯାଇଛି। ସମସ୍ତ ଜନଜାତିଙ୍କ ସର୍ବାଙ୍ଗିନ ଉନ୍ନତି ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧରତି ଆବା ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ତଥା ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ ଧରତି ଆବା-ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ନାମରେ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ୧୭ ଗୋଟି ମନ୍ତ୍ରାଳୟର ସହାୟତାରେ ୨୫ ଗୋଟି କାର୍ଯ୍ୟକ୍ରମ ହାତକୁ ନିଆଯିବ ଯାହା ପ୍ରାୟ ୬୬୦୦ କୋଟି ଟଙ୍କାର ପ୍ରକଳ୍ପକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଜନଜାତିଙ୍କ କଲ୍ୟାଣ ନିମନ୍ତେ ଲୋକାର୍ପଣ କରିଛନ୍ତି।
ଏହି ଖବର ପଢ଼ନ୍ତୁ: ସାରା ରାଜ୍ୟରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ
/sambad/media/media_files/2024/11/15/mkg-health-minist-at-malkangiri.jpg)
ଏହି ଖବର ପଢ଼ନ୍ତୁ: ସ୍ତ୍ରୀଙ୍କ ସହ ଫୋନ୍ରେ କଥା ହେବା ବେଳେ ଟଳି ପଡ଼ିଲେ ଶିକ୍ଷକ
ସମସ୍ତ ଆଦିବାସୀ ପରିବାରକୁ ୧୭ଟି ବିଭାଗ ସହାୟତାରେ ଆଧାରକାର୍ଡ, କିଶାନ କ୍ରେଡିଟ କାର୍ଡ, ଆୟୁଷ୍ମାନ କାର୍ଡ, ଜଙ୍ଗଲଜମି ପଟା ବଂଟନ ସହ ପ୍ରତିଗ୍ରାମରେ ପିଇବା ପାଣି, ଆବାସ ଯୋଜନା, ସ୍କୁଲ ହୋଷ୍ଟେଲ, ମେଡିକାଲ ୟୁନିଟ, ଅଙ୍ଗନବାଡି କେନ୍ଦ୍ର, ସୌର ବିଜୁଳିର ବ୍ୟବସ୍ଥା ୫ ବର୍ଷ ମଧ୍ୟରେ ୪୨୫ ଗୋଟି ଗ୍ରାମରେ ପହଂଚାଇବା କେନ୍ଦ୍ର ସରକାରଙ୍କ ମୂଳ ଲକ୍ଷ୍ୟ ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କ୍ଷମତା ବଢିବ ବୋଲି ସେ କହିଥିଲେ। ଆଉ ୧୦୦ ଶଯ୍ୟା ବଢିବା ସହ ଏହା କାମ ଆରମ୍ଭ ହୋଇଥିବା କହିଥିଲେ। ପୁଣି ମ୍ୟାଲେରିଆ ମୃତ୍ୟୁ ରୋକିବା ନେଇ ଏକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଥିଲେ। ଜିଲ୍ଲାର ସ୍ବାସ୍ଥ୍ୟ ସ୍ଥିତି ପରଖିଥିଲେ।
ଏହି ଖବର ପଢ଼ନ୍ତୁ: ପୂର୍ବରୁ ଆଦିବାସୀମାନଙ୍କୁ ଅବହେଳିତ କରି ରଖା ଯାଇଥିଲା
ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରୀ ତାଙ୍ଗୁଲ,ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଓ ସାଂସଦ ପ୍ରତିନିଧି ସଞ୍ଜୟ ସରକାର ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/15/mkg-health-minist-at-malkangiri.jpg)