କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ,୨ ଗିରଫ

ମାଲକାନଗିରି/ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସକୁ ମିଳିଛି ବଡ ସଫଳତା। ବିଗତ ଦିନରେ ଗଂଜେଇ ଚାଲାଣକୁ ରୋକିବା ନେଇ ସଫଳତା ମିଳିଥିବା ବେଳେ ଗତକାଲି ରାତିରେ କୋଟିଏ ଟଙ୍କାର ଗଂଜେଇ ଜବତ କରିବାରେ ସଫଳ ହୋଇଛି । ଗତକାଲି ଚିତ୍ରକୋଣ୍ଡା ପୁଲିସ ଏସଆର କମ୍ପାନି ଛକ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ବଡପଦର ଗ୍ରାମଆଡୁ କ୍ଷୀପ୍ର ଗତିରେ ଆସୁଥିବା ଏକ ଟ୍ରକକୁ ନେଇ ସଂଦେହ କରିଥିଲା । ଏଚଆର-୬୯ସି-୯୧୦୨ ନମ୍ବର ବିହୀନ ଟ୍ରକକୁ ଅଟକାଇ ଯାଞ୍ଚ କରିବା ପରେ ଏଥିରୁ ୨୦ ବସ୍ତା ଗଂଜେଇ ରହିଥିବା ପୁଲିସ ଦେଖିବାକୁ ପାଇଥିଲା। ଏହି ଗଂଜେଇକୁ ଚାଲାଣ କରୁଥିବା ଦୁଇ ଆସାମୀଙ୍କୁ ପୁଲିସ ଗିରଫ କରିଛି। ଏଥିସହ ୪୨ ହଜାର ନଗଦ ଟଙ୍କା ସହ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ପୁଲିସ କହିଛି। ଜବତ ହୋଇଥିବା ଗଂଜେଇର ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଇଛି। ପୁଲିସ ଟ୍ରକଟିକୁ ଜବତ କରିଛି। ଏହି ଗଂଜେଇ ଚିତ୍ରକୋଣ୍ଡାର ବଡପଦର ଗ୍ରାମରୁ ହରିୟାଣାର ପାନିପଥକୁ ଯାଉଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର