ଦୁଇ ବାଇକ୍ ମୁହାଁମୁହିଁ, ଜଣେ ମୃତ

ମାଲକାନଗିରି: ମାଲକାନଗିରି ନିକଟସ୍ଥ କୋଇଲାପାରି ଠାରେ ଆଜି ଦ୍ବିପହରରେ ଏକ ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏମଭି-୫୩ ଗ୍ରାମର ଶ୍ୟାମଲ ବନିକଙ୍କ ପୁଅ ସୁଜନ ବନିକ ନିଜ ଘରୁ ବାଇକ୍ ଯୋଗେ କଲେଜକୁ ଯିବା ସମୟରେ କୋଇଲାପାରି ନିକଟରେ ଅପରପଟରୁ ଆସୁଥିବା ଆଉ ଏକ ବାଇକ ସହ ମୁହାଁମୁହିଁ ହୋଇଥିଲା। ଫଳରେ ସୁଜନଙ୍କ ମୁଣ୍ଡରେ ଶକ୍ତ ଆଘାତ ହୋଇଥିଲା। ତାଙ୍କୁ ତୁରନ୍ତ ମେଡିକାଲ ନେବା ପାଇଁ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନସକୁ ଯୋଗାଯୋଗ କରିଥିଲେ। ତେବେ ଆମ୍ବୁଲାନସରେ ମେଡିକାଲ ନେବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିବା କୁହାଯାଇଛି। ଅନ୍ୟ ଏକ ବାଇକରେ ଆସୁଥିବା ବ୍ୟକ୍ତି ଜଣକ ମଧ୍ୟ ଗୁରୁତର ଆହତ ହୋଇ ମାଲକାନଗିରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଛି। ସୁଜନଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ କଲେଜର ସମସ୍ତ ଛାତ୍ରଛାତ୍ରୀ ମେଡିକାଲରେ ରୁଣ୍ଡ ହୋଇଥିଲେ।

ସମ୍ବନ୍ଧିତ ଖବର