ମହାରାଷ୍ଟ୍ରରୁ ୨ ନାବାଳକ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲାର ୨ଜଣ ନାବାଳକକୁ ମହାରାଷ୍ଟ୍ରର ପୁନେ ସହରରୁ ଉଦ୍ଧାର କରାଯାଇଛି। ଏହି ଦୁଇ ଜଣ ନାବାଳକକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଉଦ୍ଧାର କରାଯାଇ ଜିଲ୍ଲା ଶିଶୁ ଗୃହରେ ରଖାଯାଇଛି। ମାଥିଲି ବ୍ଲକର ଖାଡିମାଟି ଗ୍ରାମର ଦୁଇ ନାବାଳକ କିଛି ଦିନ ତଳେ ରୋଜଗାର ପାଇଁ ମହାରାଷ୍ଟ୍ର ଚାଲିଯାଇଥିଲେ।ଅପରେସନ ପରି-୨ରେ ଏହି ଦୁଇ ନାବାଳକକୁ ପୁନେର ରେଳ ଷ୍ଟେସନରୁ ଉଦ୍ଧାର କରାଯାଇଥିଲା।ଏମାନଙ୍କୁ ଭୁବନେଶ୍ବର ଶିଶୁ ଗୃହରେ ରଖାଯାଇଥିଲା। ମାଲକାନଗିରି ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସଙ୍କ ନେତୃତ୍ବରେ ଏକ ଟମ୍ ଭୁବନେଶ୍ବର ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ମାଲକାନଗିରି ଆଣିଥିଲେ। ବର୍ତ୍ତମାନ ଏମାନଙ୍କୁ ଶିଶୁ ସୁରକ୍ଷା ବିଭାଗ ତରଫରୁ ଉଚ୍ଚ ଶିକ୍ଷା ପାଇଁ କୌଣସି ଏକ ଆବାସିକ ବିଦ୍ୟାଳୟରେ ରଖାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର