ମାଲକାନଗିରି: ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାରେ ଆଜି ପୁଣି ନକ୍ସଲ ଲ୍ୟାଣ୍ଡ ମାଇନ ବିସ୍ଫୋରଣ କରିଛନ୍ତି। ଏହି ବିସ୍ଫୋରଣରେ ଦୁଇ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ନିର୍ବାଚନ ଭଣ୍ଡୁର କରିବାକୁ ନକ୍ସଲ ଏଭଳି ହମଲା କରିଥିବା କୁହାଯାଉଛି। ଏସପି କେ.ଏଲ. ଧ୍ରୁବଙ୍କ କହିବା ଅନୁଯାୟୀ ଆଜି ଯବାନମାନେ କୋୟଲାବାଡି ଅଂଚଳର ମରକାନାର ନିକଟରେ କମ୍ବିଂ ଅପରେସନ ପାଇଁ ପହଞ୍ଚିଥିଲେ। ଏହାପରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ନକ୍ସଲ ଲ୍ୟାଣ୍ଡ ମାଇନ ବିସ୍ଫୋରଣ କରି ଯବାନଙ୍କୁ ଟାର୍ଗେଟ କରିଥିଲେ। ଦୁଇ ଜଣ ଯବାନ ଆହତ ହୋଇଥିବା ବେଳେ ଅନ୍ୟ ଯବାନାମାନେ ସୁରକ୍ଷିତ ଅଛନ୍ତି। ବିସ୍ଫୋରଣ ଘଟାଇଥିବା ନକ୍ସଲଙ୍କୁ ଖୋଜୁଛନ୍ତି। ଏହି ଅଂଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ନକ୍ସଲଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ନକ୍ସଲଙ୍କ ପିଛା ମଧ୍ୟ କରାଯାଉଥିବା କହିଛନ୍ତି। ଆଉ ମାତ୍ର ଅଳ୍ପ ଦିନ ପରେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାଳୟ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ନକ୍ସଲଙ୍କ ଘନଘନ ଆକ୍ରମଣ ମୁକ୍ତ ଓ ଅବାଧ ନିର୍ବାଚନ କରିବା ପାଇଁ ପ୍ରଶାସନକୁ ଚିନ୍ତାରେ ପକାଇଛି। ତେଣୁ ସୁରକ୍ଷାକର୍ମୀଙ୍କୁ ସତର୍କତା ଅବଲମ୍ବନ କରି ନକ୍ସଲଙ୍କୁ ଦମନ କରିବାକୁ କୁହାଯାଇଥିବା ଜଣାପଡ଼ିଛି।
ବିସ୍ଫୋରଣରେ ୨ ଯବାନ ଆହତ
/sambad/media/post_attachments/wp-content/uploads/2018/11/malka.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)