୨ ନକ୍ସଲ ଗିରଫ

ମାଲକାନଗିରି: ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ୨ଜଣ ନକ୍ସଲ ଗିରଫ ହୋଇଛନ୍ତି। ଜିଲ୍ଲା ପୁଲିସ ଏବଂ ଏସଟିଏଫ ଯବାନ କମ୍ବିଂ କରୁଥିବା ବେଳେ ବାକେଲି ଗ୍ରାମ ନିକଟସ୍ଥ ଜଂଗଲରେ ଘେରାବନ୍ଦି କରି ଦୁଇ ଜଣ ନକ୍ସଲଙ୍କୁ ଗିରଫ କରାଯାଇଥିଲା। ସେମାନେ ହେଲେ ଜନତାନା ସରକାର ମାଟା ଓରଫ ରାମୁରାମ ଅଲାମୀ ଏବଂ ଜନମିଲିସିଆ ସଦସ୍ୟ ଫୁଲଧର। ଏହି ଦୁଇ ନକ୍ସଲ ଗତ ୨୦୦୫ ମସିହାରୁ ସଂଗଠନରେ ସାମିଲ ହୋଇ କାମ କରୁଥିବା ସ୍ୱୀକାର କରିଛନ୍ତି। ପୁଲିସ ପାର୍ଟି ଉପରେ ଆକ୍ରମଣ କରି ଅସ୍ତ୍ରଶସ୍ତ୍ର ଲୁଟ କରିବା, ଗୁଳି ଚଳାଇବା ଏବଂ ଲ୍ୟାଣ୍ଡ ମାଇନ ବିସ୍ଫୋରଣ କରିବା ଘଟଣାରେ ସାମିଲ ଥିବା ପୁଲିସ କହିଛି। ଏହି ଦୁଇ ଜଣ କ୍ୟାଡର ନକ୍ସଲଙ୍କ ସହ ମିଶି ଲୁଟ କରିବା ଏବଂ ସେମାନଙ୍କୁ ସବୁ ପ୍ରକାର ସହଯୋଗ କରିବା ଘଟଣାରେ ସାମିଲ ଥିବା ଜଣାଯାଇଛି। ଏମାନଙ୍କ ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହେବ ବୋଲି ପୁଲିସ ଆଶା କରୁଛି।

ସମ୍ବନ୍ଧିତ ଖବର