୨ ନକ୍ସଲ ଗିରଫ

ମାଲକାନଗିରି: ସୀମାନ୍ତ ଛତିଶଗଡର କୋଣ୍ଡାଗାଓଁ ପୁଲିସ ଆଜି ଦୁଇ ଜଣ ନକ୍ସଲକୁ ଗିରଫ କରିଥିବା ଜଣାଯାଇଛି। ସୂଚନା ଅନୁଯାୟୀ ବାୟାନାର ଥାନା ଅଧିକାରୀ ଦେବେନ୍ଦ୍ର ଦୋରାଙ୍କ ନେତୃତ୍ୱରେ ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ ସର୍ଚ୍ଚ ଅପରେସନ ପାଇଁ ଯାଇଥିଲେ। ତେବେ ଆଦନାରଚେମା ନିକଟସ୍ଥ କୋକାଡି ନାଳ ନିକଟରେ ଦୁଇ ଜଣ ସନ୍ଦିଗ୍ଧ ପୁଲିସକୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରୁଥିଲେ। ପୁଲିସ ଦୁହେଁଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ସେମାନେ ହେଲେ ସୁକରାମ ସଲାମ ଓରଫ ବିନୋଦ ଏବଂ ଅନ୍ୟ ଜଣେ ଲମକୁ ରାମ କୋରାମ। ଦୁହେଁଙ୍କୁ ପଚରା ଉଚୁରା କରିବା ପରେ ସେମାନଙ୍କ ଠାରୁ ୧୮ କିଲୋ ଓଜନର ଏକ ଟିଫିନ ବୋମା, ଡିଟୋନେଟର, ବିଦ୍ୟୁତ ତାର, ନକ୍ସଲ ପୁସ୍ତକ ଇଦ୍ୟାଦି ଜବତ କରାଯାଇଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ରଖିଥିବା ପୁଲିସ ନିକଟରେ ସ୍ୱୀକାର କରିଥିଲେ। ଦୁହେଁଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର