ଛତିଶଗଡ଼: ପୁଲିସ-ଏସଟିଏଫ ଯବାନଙ୍କ କୁମ୍ବିଂ ଅପରେସନ, ୨ ନକ୍ସଲ ଗିରଫ

ମାଲକାନଗିରି: ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ୨ ଜଣ ନକ୍ସଲ ଗିରଫ ହୋଇଛନ୍ତି। ଜିଲ୍ଲା ପୋଲିସ ଏବଂ ଏସଟିଏଫ ଯବାନ କୁମ୍ବିଂ କରୁଥିବା ବେଳେ ବାକେଲି ଗ୍ରାମ ନିକଟସ୍ଥ ଜଂଗଲରେ ଘେରାବନ୍ଦିକରି ଦୁଇ ଜଣ ନକ୍ସଲକୁ ଗିରଫ କରିଛନ୍ତି। ଗିରପ ନକ୍ସଲମାନେ ହେଲେ ଜନତାନା ସରକାର ମାଟା ଅରଫ ରାମୁରାମ ଅଲାମୀ ଏବଂ ଜନମିଲିସିଆ ସଦସ୍ୟ ଫୁଲଧର।

ଏହି ଦୁଇ ନକ୍ସଲ ଗତ ୨୦୦୫ରୁ ସଂଗଠନରେ ସାମିଲ ହୋଇ କାମ କରୁଥିବା ସ୍ୱୀକାର କରିଥିଲେ। ଏମାନେ ପୁଲିସ ପାର୍ଟି ଉପରେ ଆକ୍ରମଣକରି ଅସ୍ତ୍ରଶସ୍ତ୍ର ଲୁଟ କରିବା, ଗୁଳିଚଳାଇବା ଏବଂ ପୁଲିସ ଉପରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ କରିବା ଘଟଣାରେ ସାମିଲ ଥିବା ପୁଲିସ କହିଛି।

ଏମାନେ ବଡ ବଡ ନକ୍ସଲ କ୍ୟାଡରମାନଙ୍କ ସହ ମିଶି ଲୁଟ କରିବା ଘଟଣା ଏବଂ ସେମାନଙ୍କୁ ସବୁ ପ୍ରକାର ସହଯୋଗ କରିବା ଘଟଣାରେ ସାମିଲ ଥିଲେ ବୋଲି ପୁଲିସ କହିଛି। ଏମାନଙ୍କ ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହେବ ବୋଲି ଜଣାପଡିଛି। ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ କହିଛି।

ସମ୍ବନ୍ଧିତ ଖବର