ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ୨ ଜଣ ନକ୍ସଲ ନିହତ ହୋଇଥିବା ଜଣାପଡ଼ିଛି। ବିଜାପୁର ଜିଲ୍ଲାର ମନକେଲି ଜଂଗଲରେ ନକ୍ସଲ ଲୁଚି ରହିଥିବା ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ, ଏସଟିଏଫ, ଡିଆରଜି ଏବଂ କୋବ୍ରା ଯବାନ ଚଢ଼ଉ କରିଥିଲେ।
ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ ଧରି ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ପରେ ନକ୍ସଲ ଯବାନର ଗୁଳିର ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ଦୁଇ ଜଣ ମାଓବାଦୀଙ୍କ ମୃତ ଦେହକୁ ଠାବ କରିଥିଲେ।
ମୃତ ନକ୍ସଲମାନେ ହେଲେ ଗାଙ୍ଗଲୁର ମିଲିଟାରି ଏରିଆ କମିଟି ସଦସ୍ୟ ରଘୁ ହପକା(୩୩) ଏବଂ ବିଜାପୁର ପଦନାମ ପାର୍ଟି ସଦସ୍ୟ ସକ୍କୁ ହେମଲା(୩୨)। ରଘୁ ନାମରେ ସରକାର ୫ ଲକ୍ଷ ଘୋଷଣା କରିଥିବା ବେଳେ ସକ୍କୁ ନାମରେ ୨ ଲକ୍ଷ ଟଂକା ଘୋଷଣା କରିଥିଲେ। ଘଟଣାସ୍ଥଲରୁ ୩୦୩ ରାଇଫଲ, ମେଗାଜିନ, ଜୀବନ୍ତ ଗୁଳି, ବିଜିଏଲ ଲଞ୍ଚର, ବ୍ୟାଟେରି,କୋଟେକ୍ସ ତାର, ପୋଷାକ ପୁସ୍ତକ ଇତ୍ୟାଦି ଜବତ କରାଯାଇଛି। ଲଗାତାର ପୁଲିସକୁ ମାଓ ଦମନରେ ସଫଳତା ମିଳି ଚାଲିଛି। ତୁରନ୍ତ ମାଓବାଦୀ ଆତ୍ମସମର୍ପଣ ନକଲେ ସ୍ଥିତି ଆହୁରି ଭୟଙ୍କର ହେବ ବୋଲି ପୁଲିସ କହିଛି।
Malkangiri
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/19/mkg-2-naxal-dead-2025-09-19-19-13-14.jpeg)