ମାଲକାନଗିରି: ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ ଘଟି ଦୁଇ ଏସ୍‌ଓଜି ଯବାନ ଆହତ

ମାଲକାନଗିରି: ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ସୀମାନ୍ତ ଛତିଶଗଡ଼ର ତୁଳସୀ ପାହାଡ଼ ନିକଟସ୍ଥ ଗଦାପଦର ଗାଁ’ ନିକଟରେ ଲ୍ୟଣ୍ଡ୍‌ମାଇନ୍‌ ବିସ୍ଫୋରଣ ହେବାରୁ ୨ ଜଣ ଏସ୍‌ଓଜି ଯବାନ ଆହତ ହୋଇଛନ୍ତି।

ସାଲିନି ଏବଂ କିଆଙ୍ଗରୁ ବିଏସ୍‌ଏଫ୍‌ ଯବାନମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଚିକିତ୍ସା ନିମନ୍ତେ ଦୁଇ ଆହତ ଯବାନଙ୍କୁ ହେଲିକପ୍ଟର୍‌ ଯୋଗେ ଡାକ୍ତରଖାନାକୁ ନିଆ ଯାଇଛି।
ଘଟଣାଟି ନିଘଞ୍ଚ ଜଙ୍ଗଲରେ ଘଟିଥିବାରୁ ବିଶେଷ ବିବରଣୀ ଆସିବାରେ ବିଳମ୍ବ ହେଉଛି।

ସମ୍ବନ୍ଧିତ ଖବର