କାଲିମେଳା: ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକରେ ଗତ ୩ଦିନ ମଧ୍ୟରେ ଦୁଇଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଯାଇଛି। ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟଜଣେ ପକ୍ଷାଘାତ ରୋଗରେ ମୃତ୍ୟୁବରଣ କରିଛନ୍ତି। ଏଥିଯୋଗୁଁ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି। ଖବରରୁ ଜଣାପଡ଼ିଛି କାଲିମେଳା ପଞ୍ଚାୟତ ଅନ୍ତର୍ଗତା ବୁଦୁଗୁଡ଼ା ଗ୍ରାମରେ ରହୁଥିବା ଶିକ୍ଷକ ରଂଜିତ ଗୋଲଦାର(୫୩) ଗତକାଲି ଏମପିଭି-୮୧ ସ୍କୁଲରୁ ଡ୍ୟୁଟି ସାରି ଫେରୁଥିବା ବେଳେ ଅପରାହ୍ନ ୫ଟା ବେଳେ ଏମଭି-୧୨୬ ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏକ ଗାଈ ସହିତ ଧକ୍କା ହେବାରୁ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତୁରନ୍ତ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ପରେ ମାଲକାନଗିରି ମେଡ଼ିକାଲକୁ ପଠାଇ ଦିଆଯାଇଥିଲା। ସେଠାରୁ ଗତକାଲି ରାତିରେ ତାଙ୍କୁ ବିଶାଖାପାଟଣା ନିଆ ଯାଉଥିବାବେଳେ କୋରାପୁଟ ନିକଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଶିକ୍ଷକ ଜଣଙ୍କର ଘର ମାନ୍ୟମକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏମପିଭି-୪୨ ଗ୍ରାମରେ ହୋଇଥିବା ବେଳେ ସେ ବୁଦୁଗୁଡ଼ା ଗ୍ରାମରେ ଘରଦ୍ୱାର କରି ସପରିବାର ରହିଆସୁଥିଲେ। ସେହିପରି ୧୬ତାରିଖ ଦିନ ମଧ୍ୟ କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୬୪ ଗ୍ରାମର ଇନ୍ଦ୍ରଜିତ ରାୟ ନାମକ ଜଣେ ଶିକ୍ଷକଙ୍କର ମୃତ୍ୟୁ ହୋଇଯାଇଥିଲା। ସେ ଦୀର୍ଘ ଦିନ ହେଲା ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ। ସେ ଦୀର୍ଘ ବର୍ଷ ହେଲା କାଙ୍କୁରକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏମପିଭି-୨୪ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରି ଆସୁଥିଲେ। ଗତ ୩ଦିନ ମଧ୍ୟରେ ଦଇଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଯାଇଥିବାରୁ ଶିକ୍ଷକ ମହଲରେ ଶୋକର ଛାୟା ଖେଳି ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/dead-body1-4.jpg)