ମାଲକାନଗିରି: ଲଗାତାର ପୁଲିସର ଅପରେସନରେ ନକ୍ସଲ ଧରାଶାୟୀ ହୋଇଛି। ଗତ କିଛି ଦିନରେ କେନ୍ଦ୍ରୀୟ କମିଟି ସମେତ କ୍ୟାଡର ନକ୍ସଲଙ୍କର ମୃତ୍ୟୁ ନକ୍ସଲଙ୍କୁ ଦୋହଲାଇ ଦେଇଛି। ଏହାପରେ ନକ୍ସଲ ବାଧ୍ୟ ହୋଇ ଅସ୍ତ୍ର ବିରତି ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଛନ୍ତି। ଗୋଟିଏ ପଟେ ଶାନ୍ତିବାର୍ତ୍ତା ପାଇଁ ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ ଦୁଇ ଦୁଇ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ନକ୍ସଲ।

Advertisment

ଗୋଟିଏ ଘଟଣା ଛତିଶଗଡର ଦନ୍ତେୱାଡ଼ା ଜିଲ୍ଲାର ଅରଣପୁର ଥାନା ଅନ୍ତର୍ଗତ ନିଲାବାୟା ଗ୍ରାମରେ ଜଣେ ଗ୍ରାମବାସୀକୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଗ୍ରାମବାସୀ ଜଣକ ହେଲେ ବଣ୍ଡି କୋର୍ରାମ। ପୁଲିସ ସୂଚନାଦାତା ସଂଦେହରେ ହତ୍ୟା କରାଯାଇଥିବା ଜଣାପଡିଛି।

ପୂର୍ବରୁ ମଧ୍ୟ ଗତ ଚାରି ବର୍ଷ ତଳେ ଏହି ପରିବାର ନକ୍ସଲ ହିଂସାର ଶିକାର ହୋଇଥିଲା। ପୁଇ ହରେନ୍ଦ୍ର କୋର୍ରାମକୁ ମଧ୍ୟ ନକ୍ସଲ ହତ୍ୟା କରିଥିଲେ। ଏହି ଘଟଣା ପରେ ଗ୍ରାମରେ ଏବେ କୋକୂଆ ଭୟ। ଲୋକେ ଆତଙ୍କିତ ହୋଇ ରହିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସେହିପରି ଅନ୍ୟ ଏକ ଘଟଣାରେ ବିଜାପୁର ଜିଲ୍ଲାର ଜଂଗଲା ଥାନା ଅନ୍ତର୍ଗତ ବେଚରାମ ଗ୍ରାମର ଦଶରୁ ରାମଙ୍କୁ ହତ୍ୟା କରିଛନ୍ତି।ଦଶରୁଙ୍କୁ ମଧ୍ୟ ପୁଲିସ ଇନଫର୍ମର ସଂଦେହରେ ହତ୍ୟା କରିଥିବା କୁହାଯାଇଛି। ଲଗାତାର ନକ୍ସଲ ବସ୍ତର ଅଂଚଳରେ ଆଦିବାସୀଙ୍କୁ ହିଁ ଟାର୍ଗେଟ କରୁଛନ୍ତି।

Malkangiri