କୁଖ୍ୟାତ ନକ୍ସଲ ନେତା ଭେଟ୍ଟି ରାମା ବସ୍ତର ଆଇଜିଙ୍କ ନିକଟରେ କଲା ଆତ୍ମସମର୍ପଣ

ମାଲକାନଗିରି: ପଡୋଶୀ ଛତିଶଗଡ଼ର ବସ୍ତର ଆଇଜି ବିବେକାନନ୍ଦ ସିହ୍ନାଙ୍କ ନିକଟରେ ଗୁରୁବାର ନକ୍ସଲ ଭେଟ୍ଟି ରାମା ନିଜର ଇନସାସ ରାଇଫଲ ସହିତ ଆତ୍ମସମର୍ପଣ କରିଛି। ଭେଟ୍ଟିଙ୍କ ଉପରେ ବସ୍ତର ପୁଲିସ ୮ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା। ବସ୍ତର ଆଇଜି ସିହ୍ନା କହିଛନ୍ତି, ରାମା ଭେଟ୍ଟି ସମର୍ପଣ କରିବା ପୂର୍ବରୁ କୋଣ୍ଟା ଅଞ୍ଚଳର ଡିଭିସି ସଦସ୍ୟ ଥିଲା। ବର୍ଷ ୧୯୯୫ରେ ସେ ନକ୍ସଲ ସଂଗଠନରେ ରହି ସୁକମା ଜିଲ୍ଲାରେ ହୋଇଥିବା ବଡ଼ ଧରଣର ଆକ୍ରମଣରେ ସାମିଲ ଥିଲା। ଭେଟ୍ଟି ବିପକ୍ଷରେ ସୁକମା ଜିଲ୍ଳାର ବିଭିନ୍ନ ଥାନାରେ ୨୪ରୁ ଅଧିକ ମାମଲା ଅଛି।

ମୁଖ୍ୟ ଭାବରେ ଭେଟ୍ଟି ୨୦୧୪ରେ ହୋଇଥିବା କସାଲପାଡ ଏନକାଉଣ୍ଟର, ୨୦୧୭ରେ ଭେଜ୍ଜିରେ ଏନକାଉଣ୍ଟର, ୨୦୦୬ରେ ଆଇଡି ବିସ୍ଫୋରଣ, ୨୦୧୮ ମାର୍ଚ୍ଚରେ ଆଣ୍ଟି ଲ୍ୟାଣ୍ଡମାଇନ ବିସ୍ଫୋରଣ ଓ ଅନ୍ୟାନ୍ୟ ଘଟଣାରେ ସାମିଲ ଥିଲା। ରାମା ଭେଟ୍ଟି କହିଛି, ନକ୍ସଲ ନେତା ମତଭେଦ ହେବା ପରେ ସରକାରଙ୍କ ପୁନଃର୍ବାସ ନୀତି ଦ୍ୱାରା ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ସମୟରେ ପୁଲିସକୁ ନକ୍ସଲ ସଂଗଠନ ସଂପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଭେଟ୍ଟି କହିଛନ୍ତି, ନକ୍ସଲ କମାଣ୍ଡର ହିଡମା ରାଜନନ୍ଦଗାଓ ଓ ବାଲାଘାଟରେ ନୂଆ ଡିଭିଜନ ଗଠନ କରିବା ନେଇ ପ୍ରସ୍ତୁତି ଚାଲିଛି। ଏହା ବ୍ୟତୀତ ଭେଟ୍ଟୀ ନକ୍ସଲ ସଂଗଠନ ସଂପକରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର