ବାଲିମେଳା ଜଳଭଣ୍ଡାରରୁ ୨ଟି ଗେଟ୍‌ ଦେଇ ଜଳ ନିଷ୍କାସିତ

ମାଲକାନଗିରି: ଚିତ୍ରକୋଣ୍ଡା ଠାରେ ଥିବା ବାଲିମେଳା ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧିପାଇଁ ଥିବାରୁ ଜିଲ୍ଲପାଳ ମନୀଷ ଅଗ୍ରଓ୍ଵାଲ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ବିଜୟ କୁମାର କାଲତା, ପୋଟେରୁ ପ୍ରକଳ୍ପ ଯନ୍ତ୍ରୀ ଓ ଆନ୍ଧ୍ର ପ୍ରଦେଶ ଜଳସେଚନ ଯନ୍ତ୍ରୀ ମାନଙ୍କ ଉପସ୍ଥିତିରେ ଜଳଭଣ୍ଡାରର ଦୁଇଟି ଗେଟ୍‌ ବୁଧବାର ପୂର୍ବାହ୍ନ ୧୦ଟାରେ ଖୋଲାଯାଇଛି। ଡ୍ୟାମରେ କ୍ରମଶଃ ଜଳସ୍ତର ବୃଦ୍ଧି ପାଇବା କାରଣରୁ ଗେଟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

ଜିଲାପାଳଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଜଳଭଣ୍ଡାରରୁ ଗେଟ୍‌ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଗେଟ୍‌ ଖୋଲିବା ଦ୍ଵାରା ୨୦,୦୦୦ କ୍ୟୁସେକ ଜଳ ନିଷ୍କାସିତ ହୋଇ ଆନ୍ଧ୍ରପ୍ରଦେଶକୁ ଛଡାଯାଇଛି। ଜନସାଧାରଣ ଏନେଇ କୌଣସି ପ୍ରକାର ଆତଙ୍କିତ ହେବାର ଆବଶ୍ୟକ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନଦୀରେ ଜଳସ୍ତର ବଢିବାର ଆଶଙ୍କା ଥିବାରୁ ଦୋରାଗୁଡା, ଗୁଣ୍ଠାଓ୍ଵାଡା ଏବଂ ନୂଆଗୁଡା ପଞ୍ଚାୟତବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ବୋଲି ସିସି ଇଂ ବିକେ କାଲତା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର