ମାଲକାନଗିରି ଜିଲ୍ଲାରେ କୋଭିଡ-୧୯ ଟିକାକରଣ ଅଭିଯାନ ଶୀର୍ଷକ ୱେବିନାର ଅନୁଷ୍ଠିତ

ମାଲକାନଗିରି: କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କ୍ଷେତ୍ର ଜନ ସମ୍ପର୍କ କାର୍ଯ୍ୟାଳୟ, ଜୟପୁର ପକ୍ଷରୁ କୋଭିଡ-୧୯ ଟିକା କରଣ ଅଭିଯାନ ଶୀର୍ଷକ ୱେବନର ଆୟୋଜିତ ହୋଇଛି l ଏହି କାର୍ଯ୍ୟକ୍ରମରେ ବିଶେଷ କରି କୋଭିଡ ଟିକା ନେବାକୁ ନେଇ ଚାଲିଥିବା ବିଭିନ୍ନ ଗୁଜବ ଓ ଅପପ୍ରଚାରକୁ ବିଶ୍ୱାସ ନକରିବl ଏବଂ ଟୀକାର ଗୁରୁତ୍ୱ ତଥା ଆବଶ୍ୟକତା ନେଇ ଲୋକଙ୍କ ମନ ଭିତରେ ଡାକ୍ତର ମାନେ ଆଶା ସଂଚାର କରାଇଥିଲେ l

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ଅଧିକାରୀ, ସିଡିଏମ ଡ଼. ପ୍ରଫୁଲ୍ଲ କୁମାର ନନ୍ଦ ଓ ଅନ୍ୟ ଦୁଇ ଡାକ୍ତର ଡ଼. ଦୁର୍ଗା ପ୍ରସାଦ ରାଜ ଏବଂ ଡାକ୍ତର ଡ଼. ନିହାର ରଞ୍ଜନ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଭାବେ ଯୋଗ ଦେଇ ଟୀକା ର ଉପାଦେୟତା ତଥା ଟିକାକୁ ନେଇ ଦେଖାଦେଇଥିବା ଦ୍ୱନ୍ଦ୍ୱ ଉପରେ ନ ପଡି ନିର୍ଭୟରେ ଟିକା ନେବା ଲାଗି ଲୋକଙ୍କୁ ପରାମର୍ଶ ଦେଇଥିଲେ।

ଏହା ଛଡା ପୂର୍ବବତ କୋଭିଡ ନିୟମାବଳୀ ପାଳନ କରିବାକୁ କହିଥିଲେ ଏବଂ ଏହି ଉଭୟ ପଦ୍ଧତି ଆପଣାଇଲେ ଯାଇ କୋଭିଡରୁ ବଞ୍ଚି ହେବ ବୋଲି ଡାକ୍ତର ମାନେ ପରାମର୍ଶ ଦେଇଥିଲେ। ତେବେ ଅନ୍ୟ ମାନଙ୍କ ମଧ୍ୟ୍ୟ ରେ ଓଡିଶା ପତ୍ର ସୂଚନା କାର୍ଯ୍ୟାଳୟ ତଥା ଆଞ୍ଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ ଭୁବନେଶ୍ୱରର ମୁଖ୍ୟ ଶୈଲେସ କୁମାର ମାଲ ଏବଂ ଆଞ୍ଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ ଭୁବନେଶ୍ୱରର ନିର୍ଦେଶକ ଅଖିଳ କୁମାର ମିଶ୍ର ଯୋଗ ଦେଇ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ର ବିଭିନ୍ନ ଅଧିକାରୀ, ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ସ୍ଵାଥ୍ୟ ବିଭାଗ ଅଧିକାରୀ ତଥା କ୍ଷେତ୍ର କର୍ମଚାରୀ, ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିକାରୀ ତଥା କ୍ଷେତ୍ର କର୍ମଚାରୀମାନେ ସକ୍ରିୟ ଯୋଗ ଦାନ କରିଥିଲେ। ପରିଶେଷରେ ଅଂଶ ଗ୍ରହଣ କାରୀଙ୍କ ଟିକା ସମ୍ପର୍କୀୟ ସନ୍ଦେହ ଓ ଭୟକୁ ପ୍ରଶ୍ନ ଉତ୍ତର ମାଧ୍ୟମରେ ଦୂର କରିଥିଲେ। କାର୍ଯ୍ୟକ୍ରମଟିକୁ ଜ୍ୟୋତି ରଞ୍ଜନ ପଟ୍ଟନାୟକ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର