ମଦ ଜବତ, ଜଣେ ଗିରଫ

ମାଥିଲି: ମାଥିଲି ବ୍ଲକ ଅନ୍ତର୍ଗତ ଦୁର୍ଲାଗୁଡା ଗ୍ରାମ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ମଦ ଜବତ କରାଯିବା ସହ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଖଇରପୁଟ ବ୍ଲକ ମୁଦୁଲିପଡା ଥାନା ଅନ୍ତର୍ଗତ ସର୍ଗିଗୁଡା ଗ୍ରାମର ହରି ହନ୍ତାଳ(୩୪) ନିଜ ଗାଁରୁ ୩୦ଲିଟର ଦେଶୀ ମଦ ଧରି ମାଥିଲି ସାପ୍ତାହିକ ହାଟକୁ ବିକ୍ରି କରିବାକୁ ଆସୁଥିଲେ। ଏନେଇ କୌଣସି ପ୍ରକାରେ ମାଥିଲି ଅବକାରୀ ବିଭାଗ ନିକଟରେ ଖବର ପହଞ୍ଚିଥିଲା। ପରେ ମଦ ଜବତ କରିବା ପାଇଁ ମାଥିଲି ଅବକାରୀ ବିଭାଗ ଉପନିରୀକ୍ଷକ ଦିଲ୍ଲୀପ ରଥଙ୍କ ସମେତ ଏକ ଟିମ୍‌ ଦୁର୍ଲାଗୁଡା ନିକଟରେ ଛପି ରହିଥିଲେ। ହରି ମଦ ଧରି ଦୁର୍ଲାଗୁଡା ଛକ ନିକଟରେ ପହଞ୍ଚିବା ପରେ ଅବକାରୀ ବିଭାଗ ମଦ ଜବତ କରିବା ସହ ହରିଙ୍କୁ ଗିରଫ କରିଥିଲେ। ଗିରଫ ହରିଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଉପନିରୀକ୍ଷକ ଶ୍ରୀ ରଥ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର