କାଲିମେଳା: ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ନଲାଗଣ୍ଠି ପଞ୍ଚୟତ ଏମ୍‌ଭି ୭୨ ଗାଁରେ ନିଜ ଅଧିକାର ପାଇଁ ସ୍ବାାମୀ ଘର ଆଗରେ ଧାରଣା ଦେବାର ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛିl ସ୍ତ୍ରୀ କରିସ୍ମା ମଣ୍ଡଳ ନିଜ ଅଧିକାର ପାଇଁ ସ୍ବାମୀଙ୍କ ଘର ଗେଟ୍‌ ସାମ୍ନାରେ ଧାରଣା ଦେଇଛନ୍ତି। କରିସ୍ମାଙ୍କ ଶ୍ୱଶୁର ଏମ୍‌ଭି ୭୨ ଗ୍ରାମର ତୁଷାର ମଣ୍ଡଳ, ଶାଶୁ, ନଣନ୍ଦ ଘର ଛାଡ଼ି ଫେରାର ହୋଇଯାଇଛନ୍ତି। ଘରେ ତାଲା ଝୁଲୁଛି। ସ୍ବାମୀ ତାପସ ମଣ୍ଡଳ ବିଏସ୍‌ଏଫ୍‌ ଯବାନ ଭାବେ ଜମ୍ମୁ କଶ୍ମୀରରେ କାର୍ଯ୍ୟରତ ଅଛନ୍ତି l

Advertisment

ତାପସ ଶିମିଳିବାଞ୍ଛା ପଂଚାୟତର ଏମ. ଭି ୬୧ ଗ୍ରାମର କୃଷ୍ଣପଦ ବିଶ୍ୱାସଙ୍କ ଝିଅ କରିସ୍ମାକୁ ବିବାହ କରିଥିଲେ। ଉଭୟ ମାଲକାନଗିରି ମାଲିକେଶ୍ୱର ଶିବ ମନ୍ଦିର ବିବାହ ପରେ ୨୦୨୨ ସେପ୍ଟେମ୍ବର ୩୦ରେ କୋର୍ଟ ମ୍ୟାରେଜ କରିଥିଲେ। ଏହା ପରେ ଉଭୟ ମାଲକାନଗିରିରେ ଘର ଭଡ଼ା କରି ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିଲେ l

ହେଲେ ଶ୍ୱଶୁର, ଶାଶୁ ଓ ପରିବାର ଅନ୍ୟ ସଦସ୍ୟମାନେ ପୁଅ ବୋହୂ ସମ୍ପର୍କରେ ବିଭେଦ ସୃଷ୍ଟି କରି ଉଭୟଙ୍କୁ ଅଲଗା କରିଦେଇଥିଲେ। ଏହା ପରେ କରିସ୍ମା ଏମ୍‌ଭି ୭୯ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଏମ୍‌ଭି ୭୯ ଥାନା ୯୮/୨୨ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ତାପସ ମଣ୍ଡଳକୁ ଗିରଫ କରାଯାଇଥିଲା। ଏହା ବିରୁଦ୍ଧରେ ଅଭଯୁକ୍ତ ଉଚ୍ଚତମ ନ୍ୟାୟଳୟର ଦ୍ୱାରସ୍ତ ହୋଇଥିଲେ। ଏହା ପରେ ଉଚ୍ଚନ୍ୟାୟଳୟର ହସ୍ତକ୍ଷେପ ପରେ ସ୍ବାମୀସ୍ତ୍ରୀ ଏକାଠି ରହିବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ କରିସ୍ମାଙ୍କୁ ଶ୍ୱଶୁର, ଶାଶୁ, ସ୍ବାମୀ ତାଙ୍କୁ ସ୍ତ୍ରୀ କିମ୍ବା ବୋହୂ ମାନ୍ୟତା ନ ଦେବାରୁ ସେ ଏମଭି ୭୨ରେ ଥିବା ସ୍ୱଶୁର ଘର ସମ୍ମୁଖରେ ପୁନର୍ବାର ବୋହୂର ମନ୍ୟତା ପାଇଁ ଧାରଣା ଦେଇଥିଲେ। ତେବେ ସ୍ତ୍ରୀ କରିସ୍ମା ପରିବାର ସହ ପୁନର୍ବାର ଏମଭି ୭୯ ଥାନାର ଦ୍ୱାରସ୍ତ ହୋଇଥିବାର ସୂଚନା ମିଳିଛି। 

Malkangiri 

ରିପୋର୍ଟ: ଦୁଃଶାସନ ମହାପାତ୍ର