ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

ବାଲିମେଳା: କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ବାଲିମେଳା ଚର୍ଚ୍ଚ ପଛପଟୁ ଜଣେ ମହିଳାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ମହିଳା ମେରୀ ଖରା(୪୭) ବୋଲି ଜଣାପଡିଛି। ସୂଚନା ଅନୁସାରେ ମେରୀ ଜୟପୁର ହାତୀଶାଳରେ ରହୁଥିବା ଅଭି ଖରାଙ୍କୁ ବିବାହ କରିଥିଲେ। ତେବେ ତାଙ୍କ ମା’ ଅସୁସ୍ଥ ଥିବାରୁ ସ୍ୱାମୀଙ୍କୁ ବାଲିମେଳା ଯିବାକୁ କହିଥିଲେ। ଗତ ୭ତାରିଖ ଦିନ ମେରୀଙ୍କୁ ବାଲିମେଳାରେ ଛାଡି ଅଭି ଚାଲି ଯାଇଥିଲେ। ତେବେ ଗତକାଲି ଠାରୁ ମେରୀ କେଉଁଆଡେ ଚାଲି ଯାଇଥିଲେ। ତାଙ୍କ ମା’ ଓ ଭାଇ କୁନା ଚାରିଆଡେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ପାଇନଥିଲେ। ଶେଷରେ ଆଜି ସକାଳେ କୁନା ସନ୍ଦେହରେ ଚର୍ଚ୍ଚ ପଛପଟେ ଥିବା ବାପାଙ୍କ ସମାଧୀ ପାଖକୁ ଯିବାବେଳକୁ ମେରୀଙ୍କୁ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଖବରପାଇ ଓର୍କେଲ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲ ପାଠାଇଥିଲା। ମାମଲା ରୁଜୁ କରି ତଦନ୍ତ ଚାଲିଥିବା ତଦନ୍ତକାରୀ ଅଧିକାରୀ ମଣି ଦାଢିଆ କହିଛନ୍ତି। ତେବେ ମେରୀ ଆତ୍ମହତ୍ୟା କରିଛନ୍ତି ନା’ ତାଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡିନାହିଁ।

ସମ୍ବନ୍ଧିତ ଖବର