ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସୁଷମା ମହାପାତ୍ରଙ୍କ ସାନ ପୁଅ ଅମିତ କମାର ମହାପାତ୍ର (୨୧) ଗତକାଲି ଭୁବନେଶ୍ୱର ଆଚାର୍ଯ୍ୟ ବିହାର ସାଇନ୍ସ ପାର୍କ ନିକଟରେ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ଖବର ପାଇ ସୁଷମା ମହାପାତ୍ର ଭୁବନେଶ୍ୱର ଅଭିମୁଖେ ବାହାରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲୀ ଠାରେ ସହକାରୀ ରାଜସ୍ୱ ଅଧିକାରୀ ଭାବେ କେଦାରନାଥ ମହାପାତ୍ରଙ୍କ ମୃତ୍ୟୁ ପରେ ପତ୍ନୀ ସୁଷମା ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାକିରି କରୁଛନ୍ତି। ବଡ଼ପୁଅ ଦଶପଲ୍ଲା ୟୁକୋ ବ୍ୟାଙ୍କରେ କାର୍ଯ୍ୟ କରୁଛନ୍ତି। ସାନ ପୁଅ ଅମିତ ଡିଗ୍ରି ସାରିବା ପରେ ସେ ଭୁବନେଶ୍ୱରରେ ରହି କୋଚିଂ ନେଉଥିଲେ। ଗତକାଲି ସକାଳେ କୋଚିଂ ସାରି ସ୍କୁଟିରେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ। ଏହାପରେ ତାଙ୍କ ଉପରେ ଗୋଟିଏ କାର ଚଢି ଯାଇଥିଲା। ଯାହାଫଳରେ ଅମିତ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ସୁଷମାଙ୍କ ନିଜ ଘର ରାୟଗଡା ଜିଲ୍ଲା ରାମନାଗୁଡା ଅଞ୍ଚଳରେ। ପୂର୍ବରୁ ସ୍ୱାମୀଙ୍କୁ ହରାଇଥିବା ବେଳେ ଏବେ ସାନ ପୁଅକୁ ହରାଇ ସେ ଦୁଃଖରେ ଭାଙ୍ଗି ପଡିଛନ୍ତି। ମାଲକାନଗିରିରେ ଏହି ଖବର ପ୍ରକାଶ ପାଇବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।
ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2018/06/malk.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)