ଟ୍ରେନ୍‌ରେ କଟି ପୁରୁଷ ଓ ମହିଳା ମୃତ

ବ୍ରହ୍ମପୁର: ମଙ୍ଗଳବାର ବ୍ରହ୍ମପୁର ଝାମି ମନ୍ଦିର ନିକଟସ୍ଥ ରେଳ ଧାରଣାରେ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କ ଖଣ୍ଡବିଖଣ୍ଡ ମୃତଦେହ ପଡ଼ିଥିବା ସ୍ଥାନୀୟଲୋକେ ଦେଖିବାକୁ ପାଇଥିଲେ। ଏହାପରେ ଲୋକମାନେ ଜିଆରପି ପୁଲିସକୁ ଖବର ଦେଇଥିଲେ।

ସୂଚନାଯୋଗ୍ୟ, ଖବର ପାଇ ଘଟଣାସ୍ଥଳରେ ଜିଆର୍‌ପି ପୁଲିସ ଆସି ପହଞ୍ଚିଛନ୍ତି। ଦୀର୍ଘ ୬ଘଣ୍ଟା ଧରି ଉଭୟଙ୍କ ଖଣ୍ଡବିଖଣ୍ଡ ଶବ ରେଳଧାରଣା ନିକଟରେ ପଡ଼ି ରହିଛି। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ଉଠିବ ବୋଲି ଜିଆରପି ଠାରୁ ସୂଚନା ମିଳିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଉଭୟ ମୃତ ମହିଳା ଏବଂ ପୁରୁଷଙ୍କ ପରିଚୟ ମଧ୍ୟ ମିଳିନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି।

ଘରୋଇ ଗଣ୍ଡଗୋଳ ନା ପ୍ରେମ ଜନିତ ଆତ୍ମହତ୍ୟା ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି ଜିଆରପି ଥାନା ଅଧିକାରୀ କହିଛନ୍ତି। ତେବେ ମୃତ ମହିଳା ଲାଲ ଓ ସବୁଜ ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ପୁରୁଷ ଜଣକ ନୀଳ ରଙ୍ଗର ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର