ସାମ୍ବାଦିକଙ୍କୁ ଆକ୍ରମଣ, ଯୁବକ ଗିରଫ

ଚଣ୍ତିଖୋଲ : ବାଲିଚନ୍ଦ୍ରପୁର ଅଞ୍ଚଳର ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ  ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ଏହି ଥାନା ଅନ୍ତର୍ଗତ ଅରେଇକଣା ଗ୍ରାମର ସୀତାନାଥ ରାୟଙ୍କ ପୁଅ ସଲିଳ(୨୫) ।

ଅଭିଯୋଗ ଅନୁଯାୟୀ, ବାଲିଚନ୍ଦ୍ରପୁର-ବରୁହାଁ ପୂର୍ତ୍ତ ବିଭାଗ ରାସ୍ତାର ଅଣକା ନିକଟରେ ଏକ ଗୋଚର ଜମିରୁ ଅଭିଯୁକ୍ତ ଓ ତାର ସହଯୋଗୀମାନେ ଜେସିବି ମେସିନରେ ମାଟି ଉଠାଉ ଥିଲେ। ଏହି ରାସ୍ତାଦେଇ ଯାଉଥିବା ସାମ୍ବାଦିକ ବିରେନ୍ଦ୍ର ନାୟକ ଏହାର ଫଟୋ ଉଠାଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଭିଯୁକ୍ତ ସଳିଳ ଓ ତାର ସହଯୋଗୀ ବିରେନ୍ଦ୍ରଙ୍କୁ ଆକ୍ରମଣ କରିବା ସହ ଟଙ୍କା ଲୁଟି ନେଇଥିଲେ। ବୀରେନ୍ଦ୍ରଙ୍କ ଅଭିଯୋଗ ପରେ ପୁଲିସ ୬୯/୨୧ ରେ ମାମଲା ରୁଜୁକରି ଘଟଣାସ୍ଥଳରୁ ଜେସିବି ମେସିନକୁ ଜବତ କରିଥିଲା। ଆଜି ଅଭିଯୁକ୍ତ ସଳିଳକୁ ବିଭିନ୍ନ ଦଫାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର