ଚାକିରି ଦେବାକୁ କହି ୩ଶହ ଜଣଙ୍କୁ ଠକି ଥିବା ଯୁବକ ଗିରଫ

ରାଉରକେଲା: ରାଉରକେଲାସ୍ଥିତ ଏନଆଟିରେ ଚାକିରି କରାଯାଇ ଦେବାକୁ କହି ବନ୍ଧମୁଣ୍ଡା ଓ ରାଉରକେଲାର ବିଭିନ୍ନ ସେକ୍ଟର ଅଞ୍ଚଳରେ ଥିବା ବସ୍ତି ଗୁଡ଼ିକରୁ ପ୍ରାୟ ୩ଶହ ପିଲାଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅନୀଲ ନାୟକ (୨୪ ବର୍ଷ) ନାମକ ଜଣେ ଯୁବକଙ୍କୁ ରାଉରକେଲା ବନ୍ଧମୁଣ୍ଡା ଥାନା ପୁଲିସ ଗିରଫ କରିଛି। ଅନୀଲ ଆଇଜିଏଚ ଝୁପୁଡ଼ି ବସ୍ତିରେ ରହେ। ସେ ନିଜକୁ ଏନଆଇଟିରେ ଚାକିରି କରୁଥିବା ଓ ସେଠାରେ କର୍ତ୍ତୃପକ୍ଷଙ୍କୁ କହି ସେମାନଙ୍କୁ ଚାକିରରେ ରଖିଦେବେ କହି ଜଣ ପିଛି ୧୦ ହଜାରରୁ ୩୦ ହଜାର ଯାଏ ପ୍ରାୟ ୩ଶହ ଯୁବକଙ୍କୁ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲା। ଏପରିକି କେତେ ଜଣଙ୍କୁ ଏନଆଟିର ଜାଲ ନିଯୁକ୍ତି ପତ୍ର ମଧ୍ୟ ଦେଇଥିଲା। ତେବେ ଅନୀଲର କାର୍ଯ୍ୟକଳାପକୁ ସନ୍ଦେହ କରି କେତେକ ଯୁବକ ବନ୍ଧମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଅନୀଲଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ସମ୍ବନ୍ଧିତ ଖବର