ରାଉରକେଲା : ଝିଅ ପରିବାରରେ ସୁରକ୍ଷିତ ନୁହେଁ। କାରଣ ଜନ୍ମ କଲା ଝିଅକୁ ଦୁଷ୍କର୍ମ କରି ଗିରଫ ହୋଇଛନ୍ତି ବାପା। ଏମିତି ଲଜ୍ଜାଜନକ ଘଟଣା ଘଟିଛି ରେଲୱେ କଲୋନି ଅଞ୍ଚଳରେ। ଚାଇଲ୍ଡ ଲାଇନ ‘ ଦିଶା’ ନାବାଳିକାକୁ ଉଦ୍ଧାର କରିଛି। ପ୍ଲାଣ୍ଟସାଇଟ୍ ପୁଲିସ ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍)ରେ ଡାକ୍ତରୀମାଇନା କରିବା ପରେ ନାବାଳିକାକୁ ଚାଇଲ୍ଡକୁ ହସ୍ତାନ୍ତର କରିଛି। ଚାଇଲ୍ଡ ଲାଇନ୍ର ଲିଖିତ ଅଭିଯୋଗ ଆଧାରରେ ପ୍ଲାଣ୍ଟସାଇଟ୍ ପୁଲିସ ଦୁଷ୍କର୍ମକାରୀ ବାପାକୁ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଛି ।
ମିଳିଥିବା ସୂଚନା ମୁତାବକ ଦୁଷ୍କର୍ମକାରୀ ବାପା ରାଉରକେଲା ଏକ ଘରୋଇ ହସ୍ପିଟାଲରେ କାମ କରନ୍ତି। ଗତ ଏପ୍ରିଲରୁ ନିଶା ସେବନ କରି ନିଜର ୧୪ ବର୍ଷର ନାବାଳିକା ଝିଅକୁ ବଳପୂର୍ବକ ଦୁଷ୍କର୍ମ କରି ଆସୁଥିଲେ। ଏ ସଂକ୍ରାନ୍ତରେ ନାବାଳିକା ଝିଅ ତା’ ମା’ଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା। ପ୍ରତିବାଦ କରିବାରୁ ଉଭୟ ବାପା- ମା ନାବାଳିକାଙ୍କୁ ଘରୁ ତଡି ଦେଇଥିଲେ। ନାବାଳକ ଜଣକ ଘରୁ ବାହାରି ଯାଇ ସେକ୍ଟର-୨୧ ଜଣେ ସାଙ୍ଗଙ୍କ ଘରେ ରହିଥିଲା। ଲୋକ ଲଜ୍ଜାରେ କାହାକୁ କିଛି ନ କହି ଚୁପ୍ ରହିଥିଲେ। ପୁଲିସ ଓ ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି) ପରିବର୍ତ୍ତେ ସୁରକ୍ଷିତ ଭାବି ଏ ସଂକ୍ରାନ୍ତରେ ଚାଇଲ୍ଡ ‘ଦିଶା’କୁ ଜଣାଇଥିଲେ। ଦିଶାର ଟିମ୍ ପହଞ୍ଚି ନାବାଳିକାକୁ ସାଙ୍ଗ ଘରୁ ଉଦ୍ଧାର କରି ପ୍ଲାଣ୍ଟସାଇଟ୍ରେ ଜିମା ଦେଇଥିଲେ। ପରିବାରରେ ଜନ୍ମ କଲା ଝିଅ ପ୍ରତି ବାପର ଏଭଳି କୁତ୍ସିତ କାମ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।