ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ ଜରପଡ଼ା ଥାନା ଅଞ୍ଚଳର ଜଣେ ୫ମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଛାତ୍ରୀଙ୍କ ବାପା ଏ ସଂପର୍କରେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଅନୀଲ ଦାସ(୨୫ ବର୍ଷ)ଙ୍କୁ ଗିରଫ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ, ଛାତ୍ରୀ ଜଣକ ଦିନ ୧୧ଟାବେଳେ ସ୍କୁଲ୍‌ ନିକଟ ନାଳରୁ ଶୌଚ ହୋଇ ସ୍କୁଲ୍‌କୁ ଆସିବା ସମୟରେ ଜରଡ଼ା ଗାଁର ଅନିଲ ଦାସ(୨୫) ତାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ଛାତ୍ରୀଙ୍କ ବାପା ଅଭିଯୋଗରେ ଦର୍ଶାଇଛନ୍ତି। ଛାତ୍ରୀ ସଂଜ୍ଞା ହରାଇ କ୍ଷତାକ୍ତ ଅବସ୍ଥାରେ ନାଳ ନିକଟରେ ପଡ଼ିଥିଲେ। କିଛି ସମୟ ପରେ ଚେତା ଫେରିବାରୁ ସ୍କୁଲ୍‌କୁ ଆସିଥିଲେ। କେତେକ ଛାତ୍ରଛାତ୍ରୀ ଏ ସଂପର୍କରେ ଶିକ୍ଷକଙ୍କୁ ଜଣାଇଥିଲେ ଓ ସ୍କୁଲ୍‌ରେ ଏକ ବୈଠକ ବସିଥିଲା। ଅନିଲ ଦାସଙ୍କୁ ବୈଠକକୁ ଡକାଯାଇଥିଲା। ବୈଠକର ନିଷ୍ପତ୍ତିକ୍ରମେ ଛାତ୍ରୀଙ୍କ ବାପା, ଜରଡ଼ା ଗ୍ରାମବାସୀ ଥାନାରେ ପହଞ୍ଚି ଅନୀଲଙ୍କ ବିରୋଧରେ ଏତଲା ଦେଇଥିଲେ। ରାତି ପ୍ରାୟ ୨ଟା ବେଳେ ଚଢ଼ାଉ କରି ପୁଲିସ ଅନୀଲଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର