ଡାକ୍ତରଖାନାରେ ଖଣ୍ଡା ବୁଲାଇଥିବା ଦୁର୍ବୃତ୍ତ ଗିରଫ

ଖୋର୍ଦ୍ଧା : ଗତ ୧୫ ଦିନ ପୂର୍ବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆମ୍ବୁଲାନ୍ସ ପାର୍କିଂକୁ କେନ୍ଦ୍ର କରି ଜଣେ ଯୁବକ ହାତରେ ଖଣ୍ଡା, ଛୁରୀ ଧରି ଆତଙ୍କ ସୃଷ୍ଟି କରିଥିବା ଘଟଣାରେ ଆଜି ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନାନୁସାରେ, ଚଳିତ ମାସ ୧୧ ତାରିଖ ସକାଳେ, ତରତୁଆର ଅଲିମ ଖାଁ (୨୧) ହାତରେ ଖଣ୍ଡାଧରି କେତେକ ଆମ୍ବୁଲାନ୍ସ ଚାଳକଙ୍କୁ ଆକ୍ରମଣ ପାଇଁ ଗୋଡ଼ାଇଥିଲା । ଏହି ଘଟଣାରେ ପୁଲିସ ସୂଚନା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚିବା ବେଳେ ଅଲିମ ସେଠାରୁ ଫେରାର୍ ହୋଇଯାଇଥିଲା । ଏହି ଘଟଣାରେ ସେକ୍ ଇମ୍ରାନ୍ ଅଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଚଳାଇ ଆଜି ଅଲିମଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଥାନା ସୂତ୍ରରୁ ଜଣାଯାଇଛି ।

ସମ୍ବନ୍ଧିତ ଖବର