ଚୋରି ଘଟଣାରେ ଯୁବକ ଗିରଫ, ଲାପଟପ ସହ ହାଡଡିସ୍କ ଜବତ 

କୋରାପୁଟ: ଯନ୍ତ୍ରୀଙ୍କ ଘରୁ ଚୋରି ଘଟଣାରେ ଆଜି କୋରାପୁଟ ଟାଉନ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଯୁବକ ଜଣକ ହେଲେ ସହର ମିଶନ କମ୍ପାପାଉଣ୍ଡର କିଶୋର ହିଆଲ(୨୨)। ତାଠାରୁ ଏକ ଲାପଟପ,ହାଡଡିସ୍କ ଓ କିଛି ନକଲି ସୁନା ଗହଣା ଜବତ କରାଯାଇଛି।

ମିଳିଥିବା ସୂଚନା ମୁତାବକ କୋରାପୁଟ ସହରର ଏକ ଚୋରି ଘଟଣାରେ ଟାଉନ ପୋଲିସ ଦ୍ୱାରା ଜଣେ ଯୁବକ ଗିରଫ ହୋଇଥିବା ଜଣାପଡିଛି ।

ସୂଚନାନୁସାରେ କୋରାପୁଟ ସହରର ଆର୍ଯ୍ୟ କଲୋନୀରୁ ଗତ ୨୫ତାରିଖ ଦିନରେ ଘରେ କେହି ନଥିବା ବେଳେ ଯନ୍ତ୍ରୀ ସଂଜନା ମଣ୍ଡଳଙ୍କ ଘରୁ ଚୋରି ହୋଇଥିଲା ।ଏନେଇ ଥାନାରେ ଅଭିଯୋଗ ହେବାପରେ ଟାଉନ ଥାନା ତରଫରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା । ଆଜି କୋରାପୁଟ ସହରରୁ ତଦନ୍ତ ଅଧିକାରୀ ଏଏସଆଇ ଚିତରଂଜନ ପ୍ରଧାନୀଙ୍କ ନେତୃତ୍ୱରେ ମିସନ କମ୍ପାଉଣ୍ଡର ଯୁବକ  କିଶୋର ହିଆଲ ଗିରଫ କରିବା ସହ ତା ନିକଟରୁ ଚୋରି ଜିନିଷ ଉଦ୍ଧାର ହୋଇଛି । ପୋଲିସ କେସ ନମ୍ବର  ୧୫୦/ ୨୧ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା। ଆଜି ପୁଲିସ ଆଇପିସି ଧାରା ୪୫୪ ଓ ୩୮୦ରେ ଆସାମୀକୁ କୋର୍ଟ ଚାଲାଣ କରାଯାଇଥିବା ଟାଉନଥାନା ଆଇଆଇସି ଧିରେନ ପଟ୍ଟନାୟକ କହିଛନ୍ତି ।

ସମ୍ବନ୍ଧିତ ଖବର