ଫେସ୍‌ବୁକ୍‌ରେ ଯୁବତୀଙ୍କୁ ବ୍ଲାକମେଲିଂ, ଢ଼େଙ୍କାନାଳରୁ ଯୁବକକୁ ବାନ୍ଧିଲା ସାଇବର ପୁଲିସ

ରାଉରକେଲା:‌ ଫେସ୍‌ବୁକ୍‌ରେ ରାଉରକେଲା ସହରର ଜଣେ ଯୁବତୀଙ୍କୁ ବ୍ଲାକ୍‌ମେଲିଂ କରୁଥିବା ଯୁବକକୁ ବାନ୍ଧିଛି ରାଉରକେଲା ସାଇବର ପୁଲିସ। ଅଭିଯୁକ୍ତ ଯୁବକକୁ ଢ଼େଙ୍କାନାଳର କୋଇଲିପାଙ୍ଗିରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ଅଜୟ ପଣ୍ଡା। ସେ ଘରୋଇ ସଂସ୍ଥାରେ ଚାକିରି କରନ୍ତି।

ପୁଲିସ ସୂଚନା ଅନୁଯାୟୀ ଅଜୟ ରାଉରକେଲାର ଜଣେ ଯୁବତୀଙ୍କ ସହ ଫେସ୍‌ବୁକ୍‌ରେ ବନ୍ଧୁତା ସ୍ଥାପନ କରିଥିଲେ। ପରେ ଯୁବତୀଙ୍କ ନାଁରେ ଫେସ୍‌ବୁକ୍‌ରେ ଅନ୍ୟ ଏକ ଆଇଡି ଖୋଲିଥିଲେ। ସେହି ଆଇଡିରେ ଯୁବତୀଙ୍କ ଫଟୋ ଅପ୍‌ଲୋଡ୍‌ କରି ଅଶ୍ଳୀଳ ‌ମେସେଜ୍‌ ଲେଖି ବାରମ୍ବାର ବ୍ଲାକ୍‌ମେଲିଂ କରି ଚାଲିଥିଲେ। ଯୁବତୀ ଜଣଙ୍କ ଏପରି ନ କରିବାକୁ ବାରମ୍ବାର ଅଜୟଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଅଜୟ ଯୁବତୀଙ୍କର କୌଣସି କଥା ଶୁଣି ନଥିଲେ। ଶେଷରେ ଯୁବତୀ ଜଣଙ୍କ ଗତ ସପ୍ତାହକ ତଳେ ରାଉରକେଲା ସାଇବର ଥାନାରେ ଲିଖିତ ଏତଲା ଦେଇଥିଲେ। ଯୁବତୀଙ୍କ ଏତଲା ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ମୋବାଇଲ୍‌ ଟ୍ରାକିଂ କରି ଅଜୟ ଢ଼େଙ୍ଗାନାଳ ସ୍ଥିତ ନିଜ ଗାଁ କୋଇଲିପାଙ୍ଗି ଥିବା ପୁଲିସ ଜାଣିବାକୁ ପାଇଥିଲା। ଗତକାଲି ରାତିରେ ସାଇବର ପୁଲିସ ଚଢ଼ଉ କରି ଅଜୟକୁ ତାଙ୍କ ଘରୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର