ମୁମ୍ବାଇରୁ ଫେରାର ଯୁବକ ରାଉରକେଲା ଷ୍ଟେସନରୁ ଗିରଫ

ରାଉରକେଲା: ମୁମ୍ବାଇ ସହରରୁ ଫେରାର ଜଣେ ଯୁବକକୁ ରାଉରକେଲା ଷ୍ଟେସନରୁ ଗିରଫ କରିଛି ଆର୍‌ପିଏଫ୍‌। ଗିରଫ ଯୁବକ ଜଣକ ହେଲେ  ପ୍ରଦୀପ ଶର୍ମା (୩୨)। ତା’ ଘର ପଶ୍ଚିମବଙ୍ଗର। ଆସନ୍ତାକାଲି  ମୁମ୍ବାଇ ପୁଲିସ ରାଉରକେଲାରେ ପହଞ୍ଚିବା ପରେ ପ୍ରଦୀପକୁ  ମୁମ୍ବାଇ ନେଇ ଯିବ ବୋଲି ଜଣାପଡିଛି। ମିଳିଥିବା ସୂଚନା ମୁତାବକ  ମୁମ୍ବାଇର ବସେଇ ଥାନା ଅଞ୍ଚଳରେ ରୋହିତ ଶର୍ମାଙ୍କ ଘରେ ପ୍ରଦୀପ କାର୍‌ ଚାଳକ ଭାବେ କାମ କରୁଥିଲା। ଗତ ୨୧ରେ ମାଲିକ ରୋହିତ ଶର୍ମାଙ୍କ ଘରୁ ଫେରାର ହୋଇଯାଥିଲା। ପ୍ରଦୀପ ଚୋରି କରି ଫେରାର ହୋଇଯାଇଥିବା ନେଇ ରୋହିତ ବସେଇ ଥାନାରେ ଲିଖିତ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମୋବାଇଲ୍‌ ଟ୍ରାକିଂ କରି ‌ପ୍ରଦୀପ ଆଜାଦ ହିନ୍ଦ୍‌ ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ବସେଇ ପୁଲିସ ଏ ସଂକ୍ରାନ୍ତରେ ଆର୍‌ପିଏଫ୍‌କୁ ସୂଚନା ଦେଇଥିଲେ। ପୁଲିସର ସୂଚନା ଆଧାରରେ ଆର୍‌ପିଏଫ୍‌ ଯବାନ ରାଉରକେଲା ‌ଷ୍ଟେସନରେ ଆଜାଦ୍‌ ହିନ୍ଦ୍‌ ଏକ୍ସପ୍ରେସ୍‌କୁ ଅପେକ୍ଷା କରିଥିଲେ। ଗତକାଲି ରାତି ପ୍ରାୟ ୯ଟାରେ ଟ୍ରେନ୍‌ ରାଉରକେଲା ପହଞ୍ଚିବା ମାତ୍ରେ ଆର୍‌ପିଏଫ୍‌ ଯବାନ ଟ୍ରେନ୍‌କୁ ଘେରି ଯାଞ୍ଚ ଆରମ୍ଭ କରିଥିଲେ। କୋଚ୍‌ ନଂ ଏସ୍‌ -୪ରୁ ଆର୍‌ପିଏଫ୍‌ ଯବାନ ପ୍ରଦୀପକୁ ଗିରଫ କରିବା ପରେ ମୁମ୍ବାଇ ପୁଲିସକୁ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର