କେନ୍ଦ୍ରାପଡ଼ା: ନାବାଳିକାଙ୍କୁ ଦୁଷ୍କର୍ମ, ଯୁବକ ଗିରଫ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍‌ ଅନ୍ତର୍ଗତ ନରସିଂହପୁର ପଞ୍ଚାୟତର ଜଣେ ୮ ବର୍ଷୀୟ ନାବାଳିକାଙ୍କୁ ଚକୋଲେଟ ଦେବାର ପ୍ରଲୋଭନ ଦେଖାଇ ଜଣେ ୨୮ ବର୍ଷୀୟ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ନାବାଳିକାଙ୍କ ପରିବାର ଲୋକେ ଡେରାବିଶ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ମିହିର ସିଂହ(୨୮ ବର୍ଷ)ଙ୍କୁ ଗିରଫ କରିଛି। ଘଟଣା ଗତକାଲି ସନ୍ଧ୍ୟାବେଳେ ଘଟିଥିବା ବେଳେ ଆଜି ସକାଳୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛିି। ଗିରାଫ ଅଭିଯୁକ୍ତ ମିହିରଙ୍କ ଘର ହଳଦିଆ ଗାଁରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର