ବାରିପଦା: ଘରେ ପିତା ମାତା ନଥିବାରୁ ସୁଯୋଗ ନେଇ ଜନୈକା ନାବାଳିକା(୧୨)ଙ୍କୁ ଘରେ ପଶି ଦୁଷ୍କର୍ମ କରିଥିବା ଅଭିଯୋଗ ଆଜି ବାରିପଦା ଟାଉନ୍ ଥାନା ପୁଲିସ୍ ମାନୁ ନାଏକ ଓରଫ୍ କାଳିଆ(୫୦)କୁ ଗିରଫ କରିଛି। ପୀଡ଼ିତାଙ୍କ ପିତା ମାତା ଉଭୟ ଶ୍ରମିକ। ତେଣୁ ଉଭୟ କାମକୁ ବାହାରି ଯିବା ପରେ ବାରିପଦା ଟାଉନ ଥାନା ଅନ୍ତର୍ଗତ ପାଲବଣି ଛାଞ୍ଚ ଅଞ୍ଚଳରେ ରହୁଥିବା ଅଭିଯୁକ୍ତ ଜଣଙ୍କ ପିଡ଼ୀତାଙ୍କ ଘରେ ପଶି ଦୁଷ୍କର୍ମ କରୁଥିଲେ। କାହାକୁ ନକହିବାକୁ ଧମକ ଦେଇଥିବାରୁ ଏନେଇ ପିଡ଼ୀତା ଜଣଙ୍କ ଘରେ କିଛି କହିପାରୁନଥିଲେ। ମାତ୍ର ଏନେଇ ପାଖ ପଡ଼ୋଶୀଙ୍କଠାରୁ ସୂଚନା ପାଇଥିଲେ ପୀଡ଼ିତାଙ୍କ ବାପା ମା’। ପରେ ଏହି ଘଟଣା ସମ୍ପର୍କରେ ପୁଲିସ୍ରେ ଅଭିଯୋଗ କରିଥିଲେ ପିଡ଼ୀତାଙ୍କ ପରିବାର। ଅଭିଯୋଗ ଅନୁସାରେ ଟାଉନ୍ ଥାନା ପୁଲିସ୍ ଅଭିଯୁକ୍ତ କାଳିଆକୁ ଗିରଫ କରି କୋର୍ଟ ଚାଲଣ କରିଛି। ଏନେଇ ଟାଉନ୍ ଥାନାରେ କେସ୍ ନଂ-୮୪୪ ମୂଳେ ଦଫା ୪୫୦/୩୭୬(୨)(ଏନ)/୩୭୬(୩)/୫୦୬ ଏବଂ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରାଯାଇଛି।
ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2020/01/rape_minor_10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)