ଜୟପୁର: ଜୟପୁର ସଦରଥାନା ଅଞ୍ଚଳର ଜୈନେକ ନାବାଳିକାଙ୍କ ସହ ବୋରିଗୁମ୍ମା ବ୍ଲକର ବିସିଂହପୁର ଥାନା ଅର୍ନ୍ତଗତ ମୁଣ୍ଡାଗୁଡା ଗାଁର ବିକାଶ ନାଗ ପ୍ରେମ ସମ୍ପର୍କ ସ୍ଥାପନ କରି ଦୁଷ୍କର୍ମ କରିଥିଲେ। ପରବର୍ତ୍ତୀ ସମୟରେ ନାବାଳିକା ଜଣକ ଗର୍ଭବତୀ ହେବାରୁ ପରିବାରବର୍ଗ ଜୟପୁର ସଦରଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟକୁ ଚାଳାଣ କରାଯାଇଥିବା କହିଛନ୍ତି ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି। ମିଳିଥିବା ସୂଚନା ମୁତାବକ, ଜୟପୁର ସଦରଥାନା ଅଞ୍ଚଳର ଗୋଟିଏ ଗାଁରେ ଥିବା ମାମୁଁ ଘରକୁ ବୋରିଗୁମ୍ମା ବ୍ଲକର ବିସିଂହପୁର ଥାନା ଅର୍ନ୍ତଗତ ମୁଣ୍ଡାଗୁଡା ଗାଁର ବିକାଶ ନାଗ ବୁଲିବାକୁ ଆସିଥିଲା। ଏହି ଗାଁର ଜୈନେକା ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲା ଅଭିଯୁକ୍ତ ବିକାଶ।
ତା’ପରେ ନାବାଳିକାଙ୍କ ଘରେ କେହି ନଥିବା ବେଳେ ନାବାଳିକାର ଇଛା ବିରୋଧରେ ଦୁଷ୍କର୍ମ କରିଥିଲେ। ବାରମ୍ବାର ଧମକ ଚମକ ଦେଇ ଦୁଷ୍କର୍ମ କରିବା ଫଳରେ ନାବାଳିକା ଜଣକ ୪ମାସର ଗର୍ଭବତୀ ହୋଇଥିଲେ। ଏ ନେଇ ନାବାଳିକାଙ୍କ ପରିବାରବର୍ଗ ଜାଣିବା ପରେ ଜୟପୁର ସଦରଥାନାରେ ଏତଲା ଦେଇଥିଲେ। ପୁଲିସ ପକ୍ଷରୁ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ସହ ପୀଡ଼ିତା ଓ ଅଭିଯୁକ୍ତର ଡାକ୍ତରୀ ମାଇନା କରିବା ସହ କୋର୍ଟକୁ ଚାଳାଣ କରାଯାଇଥିବା କହିଛନ୍ତି ସଦରଥାନା ଅଧିକାରୀ।