ରାଉରକେଲା: ନିଜ ହୋଟେଲ୍କୁ ନକଲି ବିଦେଶୀ ମଦ ଆଣୁଥିବାବେଳେ ଅଭିଯୁକ୍ତକୁ ଅବକାରୀ ପୁଲିସ କାବୁ କରିନେଇଛି। ଅଭିଯୁକ୍ତ ହେଉଛି ଦୀପକ ଗୁପ୍ତା(୨୪)। ଅଭିଯୁକ୍ତ ପାଖରୁ ୧୭.୩୨୦ ଲିଟର ନକଲି ବିଦେଶୀ ଜବତ ହୋଇଛି। ଏହାସହ ୨୫୦ଟି ନକଲି ଠିପି ଓ ଗୋଟିଏ ସ୍କୁଟି ଜବତ ହୋଇଛି। ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁଜର ହେବାରୁ ତାକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ଡେଲିମାର୍କେଟ୍ରେ ରହିଛି ଲାଲା ହୋଟେଲ। ଆଜି ପୂର୍ବାହ୍ନରେ ହୋଟେଲ ମାଲିକଙ୍କ ପୁଅ ଦୀପକ ନିଜ ସ୍କୁଟିରେ ନକଲି ବିଦେଶୀ ମଦ ଓ ନକଲି ଠିପି ସହ ହୋଟେଲ ସମ୍ମୁଖରେ ଛିଡ଼ା ହୋଇଥିଲା। ଏତିକିବେଳେ ଅବକାରୀ ପୁଲିସ ସଦଳବଳ ସେଠାରେ ପହଞ୍ଚି ତାକୁ ଗିରଫ କରିଥିଲା। ନକଲି ବିଦେଶୀ ମଦକୁ ନିଜ ହୋଟେଲରେ ବିକ୍ରି କରିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ଆଣୁଥିବା ଅବକାରୀ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନିର୍ଦ୍ଦିଷ୍ଟ କାହା ପାଖରୁ ନକଲି ବିଦେଶୀ ମଦ ଆଣିଥିଲା, ସେ ନେଇ କିନ୍ତୁ ଅଭିଯୁକ୍ତ ମୁହଁ ଖୋଲିନି। ଅବକାରୀ ଇନ୍ସପେକ୍ଟର ସ୍ନେହଳତା ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ଅବକାରୀ ଏସ୍ଆଇ, କନଷ୍ଟେବଲ, ମୋବାଇଲ ସ୍କ୍ବାଡ୍ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/53242d3f-e157-4ed9-810d-bd3003523a89.jpg)