ସୁବର୍ଣ୍ଣପୁର: ବିବାହର ପ୍ରତିଶ୍ରୁତି ଦେଇ ଅନୈତିକ ସଂପର୍କ, ଫେରାର ପ୍ରେମିକ ଗିରଫ

ବୀରମହାରାଜପୁର: ମୋବାଇଲ୍‌ରୁ କଥାବାର୍ତ୍ତା। ଏହାପରେ ପ୍ରେମ ଓ ଆଗକୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକା ସହିତ ଅନୈତିକ ସମ୍ପର୍କ। କିନ୍ତୁ ମିଛଆ ପ୍ରେମିକ କଥା ରଖି ନପାରି ଫେରାର ହେବାର କିଛି ଦିନ ପରେ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ହେଲା କାର୍ତ୍ତିକ ଝାଙ୍କର (୨୪)।

ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଥାନା ଅନ୍ତର୍ଗତ ଗଇଲଗୁଡ଼ି ଗ୍ରାମର କାର୍ତ୍ତିକ ସ୍ଥାନୀୟ ଅଂଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ରଖିଥିଲା। ସେ ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଦୀର୍ଘଦିନ ଧରି ଅନୈତିକ ସମ୍ପର୍କ ରଖି ଥିଲା। ଏକଥା ଜଣାପଡିବା ପରେ ଝିଅର ପରିବାର ଲୋକେ ପ୍ରେମିକ କାର୍ତ୍ତିକକୁ ବାହା ହେବାପାଇଁ କହିବାରୁ ମୁଁ ବାହା ହେବି ନାହିଁ ବୋଲି କହିଥିଲା। ଏଥି ସହିତ ସେ ଧମକ ମଧ୍ୟ ଦେଇଥିଲା। ତମେ ଯାହା କରିବାର ଅଛିକର ବୋଲି କହିବାରୁ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଝିଅର ବାପା।

ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲୋ ବୀରମହାରାଜପୁର ଥାନା ଅଧିକାରୀ। କିନ୍ତୁ ଅଭିଯୁକ୍ତ କାର୍ତ୍ତିକ ସେହିଦିନ ପରଠାରୁ ଫେରାର ଥିଲା। ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ମଙ୍ଗଳବାର ମଧ୍ୟରାତ୍ରିରେ ସୁବର୍ଣ୍ଣପୁର ଜିଲ୍ଲାର ରାମପୁର ଥାନା ରାମପୁର ଗ୍ରାମରୁ ଚଢ଼ାଉ କରି ଗିରଫ କରିବାରେ ସଫଳ ହୋଇଛି ବୀରମହାରାଜପୁର ପୁଲିସ। ଏହି ଚଢାଉର ନେତୃତ୍ୱର ନେଇ ଥିଲେ ବୀରମହାରାଜପୁର ଥାନା ଅଧିକାରୀ ପ୍ରଭା ଧାନ, ସବ୍‌ ଇନ୍‌ସପେକ୍ଟର ବିଜୟ କୁମାର ବାରିକ, ଏଏସ୍‌ଆଇ ସାରଥୀ କଲେତ ଓ ସୁରୁ ବିଶ୍ୱାଳ। କାର୍ତ୍ତିକକୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର