ଅସଦାଚରଣ ମାମଲାରେ ଜେଲ ଗଲେ ଯୁବକ

ବାଲିଅନ୍ତା:  ବାଲିଅନ୍ତା ଥାନା ପୁଲିସ ଅସଦାଚରଣ ମାମଲାରେ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଉକ୍ତ ଯୁବକଙ୍କ ନାମ ସ୍ଥାନୀୟ ଶଠିଲୋ ଗ୍ରାମର ଅକ୍ଷୟ କୁମାର ଭୋଇ (୪୨) ବୋଲି ଜଣାପଡ଼ିଛି।

ତେବେ କୋର୍ଟରେ ଜାମିନ ନାମଂଜୁର ହେବାରୁ ଅକ୍ଷୟକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏନେଇ ନଂ ୪୮/୨୧ ରେ ମାମଲା ରୁଜୁ ହୋଇଛି । ଆଜି ବାଳକାଟି ହସ୍ପିଟାଲରେ ଉଭୟଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିବା ଜଣାପଡ଼ିଛି।

ପ୍ରାପ୍ତ ସୂଚନା ମୁତାବକ ସ୍ଥାନୀୟ ପଞ୍ଚଳ ଗ୍ରାମରେ  ଅକ୍ଷୟ ଗତକାଲି ରାତିରେ ଜଣେ ମହିଳାଙ୍କୁ ଘରେ ପଶି ବଳପୂର୍ବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ମହିଳା ଚିତ୍କାର କରିବାରୁ ତାଙ୍କ ସ୍ବାମୀ ଓ ଝିଅ ଅକ୍ଷୟଙ୍କୁ କାବୁ କରି ମାଡ଼ ମାରିଥିଲେ । ଏସଂପର୍କରେ ମହିଳା ଆଜି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ ଅକ୍ଷୟକୁ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର