ସୋର: ବାଲେଶ୍ବରରୁ ଔପଦା ଯାଉଥିବା ବସ୍‌ର ଏକ ସିଟ୍‌ରେ ଜଣେ ବ୍ୟକ୍ତି ବସିଥିଲେ। ଏହି ସମୟରେ ସେ ତାଙ୍କ ପାଖରେ ବସିଥିବା ଜଣେ ଯୁବତୀଙ୍କ ସହ ସେଲ୍‌ଫି ନେଇଥିଲେ ଏବଂ ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ କରିଥିଲେ। ଫଳରେ ଯୁବତୀ ଜଣକ ରାଗିଯାଇଥିଲେ। ସୋର ଷ୍ଟାଣ୍ତରେ ବସ୍‌ ଅଟକିବା ପରେ ଯୁବତୀ ଜଣକ ସଂପୃକ୍ତ ବ୍ୟକ୍ତିଙ୍କୁ ବସ୍‌ରୁ ତଳକୁ ଘୋଷାଡ଼ି ନେଇ ଉତ୍ତମମଧ୍ୟମ ଦେଇଥିଲେ। ଏହି ସମୟରେ ଅନେକ ଲୋକ ନିଜ ନିଜ ମୋବାଇଲ୍‌ରେ ଭିଡିଓ କରି ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିଥିଲେ। ଯାହା ଭାଇରାଲ୍‌ ହେବାରେ ଲାଗିଛି। ତେବେ ବ୍ୟକ୍ତି ଜଣକ କୁପାରୀ ଅଞ୍ଚଳର ବୋଲି ଜଣାପଡ଼ିଛି।