ଗାମୁଛାରେ ଫାଶି ଲଗାଇ ଆତ୍ମହତ୍ୟା ଅଭିଯୋଗ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅର୍ନ୍ତଗତ ୫ ନଂ ୱାର୍ଡର ଧରମଗଳିର ଜନୈକ ବ୍ୟକ୍ତି ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୂଯାୟୀ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ନାମ ବିରକିଶୋର ସାମଲ (୪୭) ବୋଲି ଜଣାପଡିଛି। ସେ ତାଙ୍କ ଘର ଭିତରେ ଏକ ଗାମୁଛାରେ ଆତ୍ମହତ୍ୟା କରିଛନ୍ତି।

ଏ ସର୍ମ୍ପକରେ ରାଇରଙ୍ଗପୁର ଟାଉନ ଥାନାରେ କେସ୍ ନଂ ୧୦/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୁଲିସ ଶବକୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସ୍ୟାଳୟକୁ ପଠାଇ ଘଟଣାର ଅଧିକ ତତନ୍ତ କରୁଛି। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର