କରଜ ଟଙ୍କା ଶୁଝିନପାରି ବେକରେ ରଶିବାନ୍ଧି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଧଉଳି: କରଜ ଟଙ୍କା ଶୁଝିନପାରି ମାନସିକ ଭାରସାମ୍ୟ ହରାଇ ଆଜି ଅପରାହ୍ନରେ ବେକରେ ରଶିବାନ୍ଧି ଫ୍ୟାନରେ ଝୁଲି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ସୌଭାଗ୍ୟବଶତଃ ତାଙ୍କର ଦୁଇ ଜଣ ସାଙ୍ଗ ପହଞ୍ଚି ଉଦ୍ଧାର କରିବାରେ ସଫଳ ହୋଇଥିଲେ । ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା କରାଇଛନ୍ତି । ଘଟଣାସ୍ଥଳରୁ ପରିବାର ଲୋକଙ୍କୁ ଏକ ସୁଇସାଇଡ ନୋଟ ମିଳିଛି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ । ସୁଇସାଇଡ଼ ନୋଟରୁ ମିଳିଥିବା ସୂଚନା ମୁତାବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଜଣଙ୍କ ୨୦୧୮ ମସିହାରେ ତାଙ୍କ ମାଆଙ୍କ ନାମରେ ଥିବା ପ୍ଲଟକୁ ଧଉଳି ପଞ୍ଚାୟତର ଜଣେ ଜନ ପ୍ରତିନିଧି କିଣିବା ପାଇଁ ଚୁକ୍ତି କରି ଦେଢ଼ ଲକ୍ଷ ଟଙ୍କା ଦେଇଥିଲେ । ହେଲେ ସେ ଉପଯୁକ୍ତ ମୂଲ୍ୟ ଦେଇ ଜମି କିଣିନଥିଲେ । ଅନ୍ୟପକ୍ଷରେ ଜମି ନକିଣିବାକୁ ଲୋକଙ୍କୁ ଧମକ ଦେଉଛନ୍ତି । ତେଣୁ ଯୁବକ ଜଣକ ବ୍ୟବସାୟ କରିବାକୁ ଆଣିଥିବା ୫ ଲକ୍ଷ ବଢ଼ି ସୁଧ ଟଙ୍କାକୁ ମିଶାଇ ୧୨ ଲକ୍ଷ ହୋଇଯିବାରୁ ସେ ଆଉ ସୁଝିପାରିନଥିଲେ । ତେଣୁ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର