ଫୁଲବାଣୀ: ଜଣେ ୧୦ ଶ୍ରେଣୀ ଛାତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ଓ ଏହି ସମ୍ପର୍କରୁ ନାବାଳିକା ଜଣକ ମାଆ ହେବା ପରେ ତାଙ୍କୁ ବିବାହ ନ କରି ପ୍ରତାରଣା କରିବା ଅଭିଯୋଗରେ ଆଜି କନ୍ଧମାଳ ପୋକ୍ସୋ କୋର୍ଟ ଅଭିଯୁକ୍ତ ସୂର୍ଯ୍ୟକାନ୍ତ ଭୋଇଙ୍କୁୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏତଦ୍ବ୍ୟତୀତ ୩୦ ହଜାର ଟଙ୍କା ଜରିମାନାରେ ଶ୍ରୀ ଭୋଇଙ୍କୁ ଦଣ୍ଡିତ କରାଯାଇଛି। ଜରିମାନା ଅନାଦେୟ ଆଉ ୨ ବର୍ଷ କାରାଦଣ୍ଡ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବକରିମୁଣ୍ଡା ଗ୍ରାମର ସୂର୍ଯ୍ୟକାନ୍ତ ଭୋଇ ଜଣେ ୧୦ ଶ୍ରେଣୀ ଛାତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲେ। ୨୦୧୫ ମସିହାରେ ନାବାଳିକା ଜଣକ ଏହି ସମ୍ପର୍କରୁ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ମାତ୍ର ତା ପରେ ସୂର୍ଯ୍ୟକାନ୍ତ ତାଙ୍କୁ ଆଉ ଧରାଛୁଆଁ ଦେଇ ନ ଥିଲେ। ଏ ନେଇ ଗ୍ରାମସଭା ବସିଥିଲେ ମଧ୍ୟ ଗ୍ରାମ ସଭାର ନିଷ୍ପତ୍ତିକୁ ସୂର୍ଯ୍ୟକାନ୍ତ ଗ୍ରହଣ କରି ନ ଥିଲେ। ଫଳରେ ଗ୍ରାମବାସୀଙ୍କ ସମ୍ମତିରେ ନାବାଳିକା ଜଣକ ବାଲିଗୁଡ଼ା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏ ସମ୍ପର୍କରେ ୧୨୦/୨୦୧୫ ନମ୍ବର ମାମଲା ରୁଜୁ କରି ଅଭିଯୁକ୍ତ ସୂର୍ଯ୍ୟକାନ୍ତଙ୍କୁ ଗିରଫ କରିଥିଲା। ଆଜି ଏହି ମାମଲାର ଶୁଣାଣି କରି ପୋକ୍ସୋ କୋର୍ଟ ବିଚାରପତି ସୁଶାନ୍ତ ପଟେଲ ଅଭିଯୁକ୍ତ ସୂର୍ଯ୍ୟମଣିକୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇ ଛନ୍ତି। ସରକାରଙ୍କ ପକ୍ଷରୁ ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ।
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
/sambad/media/post_attachments/wp-content/uploads/2018/01/Jail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)