ଗୁଣିଗାରେଡ଼ିକୁ କେନ୍ଦ୍ର କରି ହତ୍ୟାକାଣ୍ଡ

କାଲିମେଳା: ଏମବି ୭୯ ଥାନା ଅନ୍ତର୍ଗତ ତେଲେରାଇ ପଞ୍ଚାୟତର ତମଗୁଡା ଗ୍ରାମରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି । ଖବର ପାଇ ଘଟଣାସ୍ଥଳରେ ଏମଭି ୭୯ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ପ୍ରକାଶିତ ରିପୋର୍ଟ ମୁ୍ତାବକ, ତେଲେରାଇ ପଞ୍ଚୟାତର ତମଗୁଡା ଗ୍ରାମର ମୁକା ମାଡକାମୀ ନାମକ ଜଣେ ଆଦିବାସୀ ବ୍ୟକ୍ତିକୁ ଗଳା କାଟି ଅତି ବିଭତ୍ସ ଭାବରେ ହତ୍ୟା କରାଯାଇ ଥିବାର ଜଣା ପଢିଛି। ମୁକା ନିଜ ଘରେ ରାତିରେ ଶୋଇଥିବାବେଳେ କେହି ଦୁର୍ବୁତ୍ତ ଧାରୁଆ ଅସ୍ତ୍ରରେ ହତ୍ୟା କରି ଫେରାର ହୋଇ ଯାଇଥିବାର ଜଣା ପଡିଛି।

ଖବର ପାଇ ଏମଭି ୭୯ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଶବ ଜବତ କରି କାଲିମେଳା ମେଡିକାଲକୁ ପଠାଇଛି। ଗୁଣି ଗାରେଡିକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବାର ଜଣା ପଢିଛି।

ସମ୍ବନ୍ଧିତ ଖବର