ବାଲି ରଖିବାକୁ କେନ୍ଦ୍ର କରି ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ମାରିଦେଲେ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ବୋଲି କହିଲେ ପରିବାର ଲୋକେ

ଭଦ୍ରକ: ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କାଉପୁର ପଞ୍ଚାୟତ ଆର୍ଜିପାଟଣା ଗାଁରେ ଗୁରୁବାର ଘଟିଛି ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁରେ ନକୁଳ ବେହେରା ଏକ ଇନ୍ଦିରା ଆବାସ ଘର ପାଇଥିବା ବେଳେ ଘର ନିର୍ମାଣ ପାଇଁ ବାଲି ଆଣି ଘର ସମୁଖରେ ରଖିଥିଲେ। ବାଲି ରଖିବାକୁ କେନ୍ଦ୍ରକରି ଆଜି ସେହି ଗାଁର ଗୁରୁ ମହାରଣାଙ୍କ ସହ ଗଣ୍ଡଗୋଳ ହୋଇଥିଲା, ଯାହା ଶେଷରେ ଉଗ୍ର ରୂପ ଧାରଣ କରିଥିଲା।

ଗୁରୁ ମହାରଣା ଓ ତାଙ୍କ ସମର୍ଥକମାନେ ହଠାତ ନକୁଳ ବେହେରାଙ୍କ ପୁଅ ବିଜୟ ବେହେରାଙ୍କୁ ଲୁହା ରଡ଼ରେ ନିସ୍ତୁକ ପିଟିଥିଲେ। ସେମାନଙ୍କ ଆକ୍ରମଣରେ ବିଜୟଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହି ଘଟଣାରେ ପରିବାର ଲୋକେ ପୂର୍ବ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ବିଜୟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର