ଖୋର୍ଦ୍ଧା: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ଟାଉନ୍ ଥାନା ବାଘମାରି ଫାଣ୍ଡିି ଅନ୍ତର୍ଗତ ସିମୋର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ସମ୍ପର୍କୀୟ ଭାଇଙ୍କୁ ମଦ ପିଇବାକୁ ବାରଣ କରିବା ଖୁବ୍ ମହଙ୍ଗା ପଡ଼ିଛି ଜଣେ ଯୁବକଙ୍କୁ। ଏପରିକି ଏଥିପାଇଁ ଯୁବକଙ୍କୁ ତାଙ୍କ ଜୀବନ ଦେବାକୁ ପଡ଼ିଛି। ଘର ଭିତରେ ଶୋଇଥିବା ବେଳେ ଟାଙ୍ଗିଆରେ ହାଣି ଯୁବକଙ୍କୁ ସମ୍ପର୍କୀୟ ଭାଇ ହତ୍ୟା କରିଥିବା ଚର୍ଚ୍ଚା ହେଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଖୋର୍ଦ୍ଧା ଟାଉନ୍ ଥାନା ବାଘମାରି ଫାଣ୍ଡିି ଅନ୍ତର୍ଗତ ସିମୋର ଗ୍ରାମର ଗୋପାଳ ପାତ୍ରଙ୍କ ପୁଅ ସତ୍ୟବ୍ରତ ପାତ୍ର(୨୫ ବର୍ଷ) ଗତକାଲି ରାତିରେ ଘର ଭିତରେ ଖାଇ ପିଇ ଶୋଇଥିଲେ। ତେବେ ଆଜି ସକାଳୁ ସତ୍ୟବ୍ରତଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଘର ଭତରେ ପଡ଼ିଥିବା ପରିବାର ଲୋକେ ଦେଖି କନ୍ଦା କଟା କରିବାରୁ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସତ୍ୟବ୍ରତଙ୍କୁ ଟାଙ୍ଗିଆର ହାଣି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଗାଁ ଲୋକେ ପୁଲିସକୁ ଖବର ଦେବା ପର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗାଁରେ ହେଉଥିବା ଚର୍ଚ୍ଚ ଅନୁଯାୟୀ, ସତ୍ୟବ୍ରତଙ୍କ ଘରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କୁ ମଦ ନ ପିଇବାକୁ ବାରମ୍ବାର କହୁଥଲେ। ଏହି ଘଟଣାକୁ ନେଇ ସତ୍ୟବ୍ରତଙ୍କୁ ତାଙ୍କ ସମ୍ପର୍କୀୟ ଭାଇ ହତ୍ୟା କରି ଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଗୁରୁତ୍ୱପୂର୍ଣ୍ଣ ହେଉଛି, ସତ୍ୟବ୍ରତଙ୍କ ହତ୍ୟା ଖବର ପ୍ରଘଟ ହେବା ପରଠାରୁ ତାଙ୍କ ସମ୍ପର୍କୀୟ ଭାଇ ଫେରାର ହୋଇ ଯାଇଛନ୍ତି। ଅପରପକ୍ଷେ ସତ୍ୟବ୍ରତଙ୍କୁ ହତ୍ୟା କରିବା ପରେ ହତ୍ୟାକାରୀ ତାଙ୍କ କାନ୍ଥରେ ମୁଁ ତାଙ୍କୁ ହତ୍ୟା କରିଛି ଓ ହତ୍ୟାର କାରଣ ମଧ୍ୟ ଲେଖିଥିବା ଦେଖିବାକୁ ମିଳିଛି।
ଖୋର୍ଦ୍ଧା: ଯୁବକଙ୍କୁ ଶୋଇଥିବା ବେଳେ ଟାଙ୍ଗିଆରେ ହାଣି ହତ୍ୟା , କାନ୍ଥରେ ହତ୍ୟାର କାରଣ ଲେଖିଲା ହତ୍ୟାକାରୀ
/sambad/media/post_attachments/wp-content/uploads/2019/01/khordha-3.jpg)