ବୌଦ୍ଧ: ଗତକାଲି ରାତିରେ ଦେବଦମ୍ପତ୍ତି ବିବାହ ଶୋଭାଯାତ୍ରାଓ ପଂକ୍ତି ଭୋଜନ ସମୟରେ ଜାତିଗତ ଆକ୍ଷେପ କରିବାକୁ ନେଇ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଦେଉଳି ଗାଁରେ କେତେକ ଯୁବକ ଜଣେ ଯୁବକଙ୍କୁ ଫାର୍ସାରେ ହାଣି ହତ୍ୟା କରିଛନ୍ତି।ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତକାଲି ବୌଦ୍ଧଜିଲ୍ଲା ମନମୁଣ୍ଡା ସହରରରେ ଶୀତଳ ଷଷ୍ଠୀ ପର୍ବ ଓ ଦେବଦମ୍ପତ୍ତିଙ୍କ ବିବାହ ପାଇଁ ବରଯାତ୍ରୀ ଶୋଭାଯାତ୍ରା ଆସିଥିଲା। ପରେ ଯେତେବେଳେ ପଂକ୍ତି ଭୋଜନ ପାଇଁ ସମସ୍ତେ ବସିବାକୁ ଗଲେ, ସେତେବେଳେ ଜାତିଗତ କଥା ନେଇ ଗୋଟିଏ ଗୋଷ୍ଠୀ ଲୋକେ ଅନ୍ୟ ଗୋଷ୍ଠୀର ଲୋକଙ୍କୁ ଅଲଗା ବସି ପଂକ୍ତି ଭୋଜନ କରିବାକୁ କହିଥିଲେ। ଏହାକୁ ନେଇ ପାଟିତୁଣ୍ଡ, ଗଣ୍ଡଗୋଳ ହୋଇଥିଲା। ତେବେ ଏହି ଉତ୍ସବ କାର୍ଯ୍ୟକ୍ରମ ଶେଷ ପରେ ଭୀମ ସେଠୀ ନାମକ ଜଣେ ଯୁବକ ନିଜର ଜଣେ ବନ୍ଧୁଙ୍କୁ ମୋଟରସାଇକେଲରେ ଛାଡ଼ିବାକୁ ଅନ୍ୟ ଏକ ଗାଁକୁ ଯାଇତିଲେ। ମାତ୍ର ଦୁଇ ମାସ ତଳେ ବିବାହ କରିଥିବା ଭୀମ ଘରକୁ ତରତର ହୋଇ ଫେରୁଥିବା ବେଳେ ତାଙ୍କୁ ଦେଉଳି ଗାଁରେ ୫/୬ ଜଣ ଯୁବକ ଅଟକାଇଥିଲେ। ବିଶେଷ କରି ଶ୍ରୀ ସେଠୀ ଜାତିଗତ ଅକ୍ଷେପ କରିଥିବା ଅଭିଯୋଗ କରି ଯୁବକମାନେ ତାଙ୍କୁ ଠେଙ୍ଗା ଓ ଫାର୍ସାରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଶ୍ରୀ ସେଠୀଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆଲୋକ ମିର୍ଦ୍ଧା, ଦୀପକ ଓ ସୋନୁ ମାଝିଙ୍କୁ ଅଟକ ରଖି ପଚରା ଉଚରା କରୁଛି।
ବୌଦ୍ଧ: ଦୁଇ ମାସ ତଳେ ବିବାହ କରିଥିବା ଯୁବକଙ୍କୁ ଫାର୍ସାରେ ହାଣି ହତ୍ୟା
/sambad/media/post_attachments/wp-content/uploads/2018/06/Murder_Graphic-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)