ନୂଆପଡ଼ା: ବିଦ୍ୟୁତ ଆଘାତରେ ଜଳିଗଲେ ଯୁବକ

ଗଛକାଟି ମାଓବାଦୀମାନେ ରାସ୍ତା ଅବରୋଧ ବେଳେ ଛିଡ଼ି ପଡ଼ିଥିଲା ବିଦ୍ୟୁତ ତାର
ନୂଆପଡ଼ା: ନୂଆପଡ଼ା ବ୍ଲକ୍‌ ସିନାପାଲି ଥାନା ଅନ୍ତର୍ଗତ ଚଟିଆଗୁଡ଼ା ଗାଁର ସହଦେବ ସା ନାମକ ଜଣେ ଯୁବକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଯାଇଛନ୍ତି। ମାଓବାଦୀମାନେ ଗଛ କାଟି ସିନାପାଲି ରାସ୍ତା ଅବରୋଧ କରିଥିବା ବେଳେ ଏହି ଗଛ ପଡ଼ି ବିଦ୍ୟୁତ ତାର ଛିଡ଼ି ଯାଇଥିଲା। ତେବେ ଏହା ଜାଣି ନ ପାରି ଶ୍ରୀ ସା ସାଇକେଲରେ ଯାଉଥିବା ବେଳେ ବିଦ୍ୟୁତ ତାର ତାଙ୍କ ଦେହରେ ଗୁଡ଼ାଇ ହୋଇଯିବା ସହିତ ସେ ସେଠାରେ ଜଳିଯାଇଥିଲେ।
ସୂଚନାଯୋଗ୍ୟ ଯେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ସୁମିତ୍ରା ଧରୁଆ, ୟୁସୁଫ୍‌ ଖାନାଙ୍କୁ ଛାଡ଼ି ଦେବା ପାଇଁ ମାଓବାଦୀମାନେ ଦାବି କରି ଗଛ କାଟି ସିନାପାଲି ରାସ୍ତା ଅବରୋଧ କରିଛନ୍ତି। ଫଳରେ ସେହି ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ କରିଛି।

ସମ୍ବନ୍ଧିତ ଖବର