ବେକରେ ଓଢ଼ଣୀ ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

ବାଲିଅନ୍ତା: ପାହାଳ ଫାଣ୍ଡି ଅଧୀନ ଅଟଳାଗଡ଼ା ନିକଟସ୍ଥ ଏସଏଲବି ପ୍ଲାଜାରେ ଭଡ଼ାଘରେ ରହୁଥିବା ଜଣେ ଯୁବକ ଆଜି ବେକରେ ଓଢ଼ଣୀ ବାନ୍ଧି ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ ଅଜୟ ଦାସ (୩୦ । ଅଜୟ ଫ୍ୟାନରେ ଝୁଲୁଥିବା ଦେଖି ତାଙ୍କ ପତ୍ନୀ ମାନା ଦାସ ଚିତ୍କାର କରି ପଡ଼ୋଶୀଙ୍କୁ ଡାକ ପକାଇଥିଲେ । ପାଟିଶୁଣି ପଡ଼ୋଶୀମାନେ ଅଜୟଙ୍କୁ ତଳକୁ ଓହ୍ଲାଇଥିଲେ । ହେଲେ ସେତେବେଳକୁ ଅଜୟଙ୍କ ମୃତ୍ୟୁ ହୋଇଯାଇଥିଲା । ଏନେଇ ବାଲିଅନ୍ତା ଥାନାରେ ୫୩ /୨୦ ରେ ଅପମୃତ୍ୟୁ  ମାମଲା ରୁଜୁ ହୋଇଛି । ପୁଲିସ ସୂଚନା ଅନୁଯାୟୀ ଅଜୟଙ୍କ ନିଜ ଘର ଗଞ୍ଜାମ ଜିଲ୍ଲା ପୁରୋସ୍ତମପୁର ଥାନା ଅଧୀନ ହାଣ୍ଡିଘର ଗ୍ରାମରେ । ଅଜୟ ୧୦ ମାସ ପୂର୍ବେ ଜଣେ ଯୁବତୀଙ୍କ ସହ ଫେରାର ହୋଇ ପ୍ରେମ ବିବାହ କରିଥିଲେ । ତା’ ପରେ ଅଜୟ ତାଙ୍କ ସହ କାମ ଅନ୍ବେଷଣରେ ଭୁବନେଶ୍ବର ଚାଲି ଆସିଥିଲେ । ଅଟଳାଗଡ଼ାରେ ଘରଭଡ଼ା ନେଇ ରହୁଥିଲେ । ଏକ ଘରୋଇ ସଂସ୍ଥାରେ ବି ଚାକିରି କରିଥିଲେ ।ଏହାପରେ ମହାମାରୀ କରୋନା ସଂକ୍ରମଣ ଯୋଗୁ ଲକଡାଉନରେ ଫସି କାମ ହରାଇଥିଲେ । ମଜୁରି ଲାଗିବାକୁ କାମ ବି ମିଳିଲାନି । ତେଣୁ ଆର୍ଥିକ ଅନଟନ ଯୋଗୁ ଚଳିବା କଷ୍ଟକର ହୋଇପଡ଼ିଥିଲା । ତେଣୁ ମାନସିକ ଭାରସାମ୍ୟ ହରାଇ ଅଧିକାଂଶ ବେଳ ଗୁମସୁମ ରହୁଥିଲେ । ଆଜି ଅପରାହ୍ନରେ  ପତ୍ନୀ ବଜାରକୁ ଯାଇଥିବା ବେଳେ କାବାଟ ଦେଇ ଫ୍ୟାନରେ ଝୁଲିପଡ଼ିଥିଲେ ।

ସମ୍ବନ୍ଧିତ ଖବର