ସ୍ତ୍ରୀଙ୍କ ଚରିତ୍ରକୁ ନେଇ ଆତ୍ମହତ୍ୟା କରିବେ ବୋଲି ଭିଡିଓ ଅପ୍‌ଲୋଡ କରିବା ପରେ ଯୁବକଙ୍କ ଆତ୍ମହତ୍ୟା

ପୁରୀ: ସ୍ତ୍ରୀ ଓ ଶ୍ୱଶୁର ଘର ଲାକଙ୍କୁ ନେଇ ମାନସିକ ଅଶାନ୍ତିରେ ଥିବା ପୁରୀ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗଡ଼ଭିଙ୍ଗୁରା ଗ୍ରାମର ଶାନ୍ତନୁ ପାତ୍ର ନାମକ ଜଣେ ଯୁବକ ଆତ୍ମହତ୍ୟା କରିବେ ବୋଲି ସୋସିଆଲ ମିିଡିଆରେ ଭିଡିଓ ଛାଡ଼ିବାର ୯ ଘଣ୍ଟା ପରେ ତାଙ୍କ ମୃତଦେହ ଗାଁ ମୁଣ୍ଡରେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଗଡ଼ଭିଙ୍ଗୁରା ଗ୍ରାମର ଶାନ୍ତନୁ ସୋସିଆଲ ମିଡିଆ ଫେସ୍‌ବୁକ୍‌ରେ ଏକ ଭିଡିଓ ଛାଡ଼ିଥିଲେ। ଏଥିରେ ସେ ତାଙ୍କ ସ୍ତ୍ରୀଙ୍କର ଅନ୍ୟ ଜଣେ ଯୁବକଙ୍କ ସହିତ ପ୍ରେମ ସମ୍ପର୍କ, ଏପରିକି ବିବାହ ପରେ ମଧ୍ୟ ସେ ସମ୍ପର୍କ ରଖିଥିବା ବେଳେ ତାଙ୍କ ଶ୍ୱଶୁର,ଶଳା ପ୍ରମୁଖ ତାଙ୍କୁ ହଇରାଣ କରିଥିବା ଅଭିଯୋଗ କରିଛନ୍ତି। ତାଙ୍କ ସ୍ତ୍ରୀ, ଶ୍ୱଶରୁର ଘର ଲୋକଙ୍କ ପାଇଁ ତାଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିବା ଦର୍ଶାଇ ସେ ଆତ୍ମହତ୍ୟା ବ୍ୟତୀତ ବିକଳ୍ପ ତାଙ୍କ ପାଖରେ ନାହିଁ ବୋଲି ଗତକାଲି ରାତିରେ ଅପଲୋଡ୍‌ ଭିଡିଓ କହିଥିଲେ।। ତେବେ ଆଜି ସକାଳୁ ସେ ନିଜ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।

ସମ୍ବନ୍ଧିତ ଖବର