ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଝରିଗୁଡ଼ା ଗ୍ରାମର ଜଣେ ବ୍ୟକ୍ତି ଏକ ବୃକ୍ଷରେ ବେକରେ ରଶି ଲଗାଇ ଆଜି ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଜଣକ ଝରିଗୁଡ଼ା ଗ୍ରାମର ଲକି ଭତରା (୫୦) ବୋଲି ଜଣାପଡିଛି। ଖବର ପାଇ ଡାବୁଗାଁ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ ଡାବୁଗାଁ ଥାନା ଅନ୍ତର୍ଗତ ଝରିଗୁଡ଼ା ଗ୍ରାମର ଲକି ଭତରା ଗତ ଦୁଇ ମାସ ହେବ ମାନସିକ ବିକୃତି ହୋଇ ଏଣେତେଣେ ବୁଲୁ ଥିଲେ। ଆଜି ଭୋର୍ ସକାଳ ୫ ଘଣ୍ଟା ସମୟରେ ଲକି ଭତରା ନିଜ ଘରରୁ ବାହାରି ଥିଲେ। ତେବେ ମଧ୍ୟାହ୍ନ ସମୟରେ ଗ୍ରାମ ନିକଟ ଏକ ଜଙ୍ଗଲ ମଧ୍ୟରେ ଏକ ବୃକ୍ଷରେ ମାନସିକ ଭାରସାମ୍ୟ ହରାଇ ବେକରେ ରଶି ଦେଇ ଆତ୍ମହତ୍ୟା କରିଥିଲେ। ଜଙ୍ଗଲ ମଧ୍ୟରେ ଝୁଲନ୍ତା ଅବସ୍ଥାରେ ଶବ ଥିବା ମୃତ ଲକି ଭତରାର ପୁତୁରା ଦୁର୍ଗା ଭତରା ଗ୍ରାମବାସୀଙ୍କ ସୂତ୍ରରୁ ଜାଣିବା ପରେ ଏ ନେଇ ଡାବୁଗାଁ ଥାନାରେ ଏତଲା ଦେଇଥିଲେ।
ପୁଲିସ ଝରିଗୁଡ଼ା ନିକଟ ଏକ ଜଙ୍ଗଲରୁ ଲକି ଭତରାର ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏ.ଏସ.ଆଇ ଚନ୍ଦ୍ରଭାନୁ ମହାନ୍ତି ଘଟଣାର ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/suicide-ff.jpg)