ଖୋର୍ଦ୍ଧା: ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍ରେ ଆଜି ଟ୍ରେନ୍ରେ କଟି ଜଣଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଜି ଆର ପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ବେଗୁନିଆ ଥାନା ଅନ୍ତର୍ଗତ ସାନ ପଦର ରେଲବାଇ ବ୍ରିଜ୍ ନିକଟରେ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ମୃତ ଦେହ ଅଳ୍ପ ଦୂରରେ ଏକ ମୋଟର ସାଇକେଲ ରଖାଯାଇଛିି। ତେବେ ଟ୍ରେନ୍ରେ କଟି ମୁଣ୍ଡଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏ ସମ୍ପର୍କରେ ଖବର ପ୍ରଚାର ହେବା ପରେ ଲୋକେ ରେଲେଓ୍ଵ ଟ୍ରାକ୍ରେ ପହଞ୍ଚି ମୃତ ଦେହକୁ ଚିହ୍ନଟ କରିଛନ୍ତି। ମୃତ ଦେହଟି ସାନପଦର ଗ୍ରାମର ରାମ ନାୟକ (୧୯ ବର୍ଷ) ଙ୍କର ବୋଲି ଜଣାପଡ଼ିିଛି। ରାମ ଗ୍ରାମର ପ୍ରହ୍ଲାଦ ନାୟକଙ୍କ ପୁଅ। କୌଣସି ଘରୋଇ କଳିରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
ଖୋର୍ଦ୍ଧା: ଟ୍ରେନ୍ରେ କଟି ଯୁବକ ମୃତ
/sambad/media/post_attachments/wp-content/uploads/2018/08/Khordha_Main-Died-on-Rail-Track_Thumbnail.jpg)