ନିଶାଶକ୍ତ ଅବସ୍ଥାରେ ପରିବାର ଲୋକଙ୍କ ସହ ଝଗଡ଼ା କଲେ ଯୁବକ, ବ୍ଲେଡରେ ବେକ କାଟିଲେ

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଭାକର ସାହି ଗ୍ରାମର ଆରତ ପଣ୍ଡା ନାମକ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ନିଜ ବେକକୁ ବ୍ଲେଡରେ କାଟି ଦେଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ପିସିଆର ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛି। ଅବସ୍ଥା ଗୁରତର ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି।

ସୂଚନା ଅନୁସାରେ, ଆରତ ପଣ୍ଡା ଭାକର ସାହି ଗ୍ରାମର ଜୟନ୍ତୀଙ୍କୁ ବିବାହ କରି ଘର ଜୋଇଁଆ ହୋଇ ରହୁଥିଲେ। ଆଜି ଅପରାହ୍ନରୁ ପ୍ରଚୁର ମଦ୍ୟପାନ କରି ଘରେ ଝଗଡା କରିଥିଲେ ଏବଂ ପତ୍ନୀଙ୍କୁ ମାରପିଟ କରିଥିଲେ। ବାହାରକୁ ଯାଇ ବ୍ଲେଡ ସାହାଯ୍ୟରେ ନିଜ ବେକକୁ କାଟି ପକାଇଥିଲେ। ସୂଚନା ପାଇ ୧୦୮ ଆମ୍ବୁଲାନ୍ସରେ ମେଡିକାଲ ପଠାଇଥିଲେ। ବେକରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ପ୍ରଚୁର ରକ୍ତ ଶ୍ରାବ ହେଉଛି। ବିପଦ ଥିବାରୁ ଅଧିକ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲ ଯିବା ପାଇଁ ବନ୍ଦୋବସ୍ତ ହେଉଛି।

ସମ୍ବନ୍ଧିତ ଖବର